30.1 C
Bhubaneswar
Friday, April 26, 2024
Homeଅପରାଧଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା: ଚାଲିଛି ତଦନ୍ତ, ମିଳୁନି ସୁରାକ

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା: ଚାଲିଛି ତଦନ୍ତ, ମିଳୁନି ସୁରାକ

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯିବା ପରେ ଜାତୀୟ ରାଜପଥ କଡରେ ମୃତ ଦେହକୁ ଫିଙ୍ଗି ଦିଆଯାଇଛି । ସୂଚନା ଅନୁଯାୟୀ, ସରସରା ଦଳିତ ବସ୍ତିର ଅନାମୁ ମିର୍ଦ୍ଧା ଗତକାଲି ସକାଳୁ କିଛି ବନ୍ଧୁଙ୍କ ସହିତ ଭୋଜି କରିବାକୁ ଯାଇଥିଲେ । ସେଠାରେ ବନ୍ଧୁମାନଙ୍କ ସହିତ ଭୋଜିରେ ମଦ୍ୟପାନ କରିବାପରେ ଗ୍ରାମକୁ ଫେରି ପୁଣିଥରେ ମଦ୍ୟପାନ କରିଥିଲେ । ରାତିରେ ସେ ଘରକୁ ଫେରିନଥିଲେ । ସକାଳୁ ତାଙ୍କର ମୃତଦେହ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ କଡରେ ପଡିଥିବା ସ୍ଥାନୀୟ ଗ୍ରାମବାସୀମାନେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ବୌଦ୍ଧଥାନା ଅଧିକାରୀ ମାଧବାନନ୍ଦ ନାୟକ ଏକ ପୋଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ହତ୍ୟାକାଣ୍ଡର କାରଣ ସଂପର୍କରେ କୌଣସି ସୁରାକ ମିଳିପାରିନଥିଲା । ମୃତଦେହ ନିକଟରେ ଏକ ରକ୍ତଭିଜା ଟାଙ୍ଗିଆ ଓ ଶୀତପୋଷାକ ପଡିଥିବା ଦେଖାଯାଇଥିଲା । ମୃତଦେହର ମୁହଁରେ ଗଭୀର କ୍ଷତ ହେବାସହିତ ସକାଳ ପର୍ଯ୍ୟନ୍ତ ରକ୍ତ ବୋହୁଥିବାରୁ ବିଳମ୍ବିତ ରାତ୍ରିରେ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରେ ସନ୍ଦେହ କରାଯାଇଛି । ତେବେ ପୋଲିସ ପକ୍ଷରୁ ଫୁଲବାଣୀରୁ ସାଇଣ୍ଟିଫିକ୍ ଦଳଙ୍କୁ ଡକାଇ ତଦନ୍ତ କରାଯାଇଥିଲେ ମଧ୍ୟ କୌଣସି ସୁରାକ ମିଳିପାରିନଥିବା ଜଣାଯାଇଛି । ପୋଲିସ ପକ୍ଷରୁ ମୃତଦେହ ବ୍ୟବଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଅନାମୁ ବିଜୁ ପକ୍କାଘର ନିର୍ମାଣ ପାଇଁ ସରକାରଙ୍କ ପାଖରୁ ମିଳିଥିବା ୩ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ ମଦ୍ୟପାନ କରିଥିବା କିଛି ଗ୍ରାମବାସୀ ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ମଦ୍ୟପାନକୁ ନେଇ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ପକ୍ଷରୁ କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା ଜାରି ରହିଥିବା ଜଣାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking