37.2 C
Bhubaneswar
Friday, April 19, 2024
Homeଅପରାଧଖାଦ୍ୟ ଅର୍ଡର ଦେବା ବେଳେ ଜୋମାଟୋ ଡେଲିଭରି ବୟଙ୍କୁ ଗୁଳି କରି ହତ୍ୟା

ଖାଦ୍ୟ ଅର୍ଡର ଦେବା ବେଳେ ଜୋମାଟୋ ଡେଲିଭରି ବୟଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଜୋମାଟୋର ଜଣେ ଡେଲିଭରି ବୟଙ୍କୁ ଖାଦ୍ୟ ଅର୍ଡର ଡେଲିଭରି ଦେଉଥିବା ସମୟରେ ରେୱାରି ସେକ୍ଟର ୧୯ର ଅନସାଲ ଟାଉନସିପରେ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ମୋବାଇଲ୍ ଏବଂ ମନିପର୍ସ ମଧ୍ୟ ନିଖୋଜ ଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ୱିକ ଘଟଣାକୁ ଦେଖିବା ପରେ ଲୁଟିବା ଉଦ୍ଦେଶ୍ୟରେ ତାଙ୍କୁ ଗୁଳି କରା ଯାଇଥିବା ପୋଲିସ ସନ୍ଦେହ କରୁଛି । ଏ ସଂକ୍ରାନ୍ତରେ ମଡେଲ ଟାଉନ ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜୀକୃତ ହେବା ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ମୃତ ଡେଲିଭରି ବୟ ପାଲୱାଲର ହୁଡିଥାଲ ଗାଁର ବାସିନ୍ଦା ଏବଂ ତାଙ୍କର ନାଁ ମହେନ୍ଦ୍ର ସିଂ (୩୦) ବୋଲି ପୋଲିସ ଚିହ୍ନଟ କରିଛି । ସେ ରେୱାରିର ଦୁର୍ଗା କଲୋନୀରେ ରହୁଥିଲେ ଏବଂ ଜୋମାଟୋରେ ଡେଲିଭରି ବୟ ଭାବରେ କାର୍ଯ୍ୟ କରୁଥିଲେ । ସେ ଖାଦ୍ୟ ଅର୍ଡର ସହିତ ଅନସାଲ ଟାଉନସିପ୍‌କୁ ଯାଇଥିଲେ । ସେହି ସମୟରେ କେହି ତାଙ୍କ ଉପରକୁ ଗୁଳି ଚଳାଇଥିଲା ଏବଂ ସେ ଆହତ ହୋଇଥିଲେ । ଜଣେ ପଥଚାରୀ ମହେନ୍ଦ୍ରଙ୍କୁ ଆହତ ଅବସ୍ଥାରେ ପଡ଼ିଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମହେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତାଙ୍କ ପେଟରେ ଗୁଳି ବାଜିଥିଲା ଏବଂ ତାଙ୍କ ପର୍ସ ଏବଂ ମୋବାଇଲ୍ ମଧ୍ୟ ଘଟଣାସ୍ଥଳରୁ ନିଖୋଜ ଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କର ଗୁରୁତର ଅବସ୍ଥା ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ପଠାଯାଇଥିଲା । ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ । ରେୱାରିର ଡିଏସପି ମହମ୍ମଦ ଜମାଲ କହିଛନ୍ତି, ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ଆମେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking