27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶମଦ ପିଇ ପିଇ ଯୁବକଙ୍କ ଆତ୍ମହତ୍ୟା

ମଦ ପିଇ ପିଇ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ମଦ ପିଇ ପିଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଧଉଳି ଥାନା ନିକଟସ୍ଥ ପଳାଶପୁର ଶାସନ ଗ୍ରାମରେ । ମୃତ ଯୁବକ ଜଣଙ୍କ ହେଲେ ଅକ୍ଷୟ କୁମାର ଦାସ(୩୫) । ଖବର ପାଇ ଧଉଳି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଅକ୍ଷୟଙ୍କ ମୃତ ଦେହକୁ ଜବତ କରିଥିଲେ । ପରେ ମୃତଦେହକୁ ବ୍ୟବେଚ୍ଛଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ଥାନା ଶ୍ରୀ ଜେନା କହିଛନ୍ତି ଯେ, ଅକ୍ଷୟ ପ୍ରତ୍ୟେକ ଦିନ ପ୍ରଚୁର ମଦ୍ୟପାନ କରନ୍ତି ।

ମଦ ପିଇବା ସ୍ତ୍ରୀ ବର୍ଷେ ହେବ ତାଙ୍କୁ ଛାଡି ପଳାଇଥିଲେ । ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଅକ୍ଷୟ ଘରକୁ ଆସି ଖିଆପିଆ କରିଥିଲେ । ପରେ ରୁମକୁ ଯାଇ ନିଜ ଗାମୁଛାରେ ଝୁଲି ପଡିଥେôଲ । ସକାଳୁ ପରିବାର ଲୋକେ କବାଟ ବାଡେଇଥିଲେ ମଧ୍ୟ ସେ ନ ଖୋଲିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା । ପରେ ସେମାନେ ପୁଲିସକୁ ଖବର ଦେଇଥେôଲ । ପୁଲିସ ପହଞ୍ôଚ ଅକ୍ଷୟଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking