32.1 C
Bhubaneswar
Friday, April 26, 2024
Homeଅପରାଧ୧ କୋଟିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ; କାର ସହ ଦୁଇ ନିଶା ମାଫିଆ ଗିରଫ

୧ କୋଟିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ; କାର ସହ ଦୁଇ ନିଶା ମାଫିଆ ଗିରଫ

ଭୁବନେଶ୍ୱର: ଦୁଇ ନିଶା ମାଫିଆକୁ କାବୁ କଲା ଏସଟିଏଫ୍‍ । ସେମାନଙ୍କ କାର୍‍ ଭିତରୁ ଏସଟିଏଫ୍‍ ଟିମ୍‍ ୧୦୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ଦୁଇ ନିଶା ମାଫିଆ ହେଲେ ନୟାଗଡ ଜିଲ୍ଳା ଇଟାମାଟୀର ଯୁଗଳ ନାୟକ(୨୯) ଓ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ରଞ୍ଜିତ ଭୋଇ(୨୪) । ସେହିଭଳି ଘଟଣା ସ୍ଥଳରୁ ଏସଟିଏମ୍‍କୁ ଚକମା ଦେଇ ଦୁଇ ନିଶା ମାଫିଆ ଖସି ପଳାଇବାରେ ସଫଳ ହୋଇଥିଲେ । ସେମାନଙ୍କୁ ଧରିବା ପାଇଁ ଟିମ୍‍ ବିଭିନ୍ନ ସ୍ଥାନରେ ଚଢ଼ଉ ଜୋରଦାର କରିଛି । ଅନ୍ୟ ପେଟ ୨୦୨୦ ମସିହାରେ ଏସଟିଏଫ୍‍ ଟିମ୍‍ ୬୯ କେଜି ବ୍ରାଉନସୁଗାର ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

ସୂଚନୋଯାଗ୍ୟ, କନ୍ଧମାଳର ରଞ୍ଜିତ ଭୋଇ, ଡ୍ରାଇଭର ନୟାଗଡ ଜିଲ୍ଲା ଇଟାମାଟିର ଯୁଗଳ ନାୟକ ଓ ଦୁଇ ସହେଯାଗୀ ମିଶି କନ୍ଧମାଳରୁ ଗଞ୍ଜେଇ ଆଣି ନୟାଗଡ, ଖୋର୍ଦ୍ଧା, ଭୁବେନଶ୍ୱର ଆଦି ଅଂଚଳେର ବିିକ୍ରି କରୁଥିଲେ । ଏହି ଗଞ୍ଜେଇ ଚୋରା ଚାଲାଣ କରି ଅଭିଯୁକ୍ତମାନେ ପୂବର୍ରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଶନିବାର ଦିନ ଏକ ଇନୋଭା କାରରେ ଦୁର୍ବୃତ୍ତମାନେ ଗଞ୍ଜେଇ ଭର୍ତ୍ତି କରି ନେଇ ଇଟାମାଟି ଦେଇ ଖୋଦ୍ଧା ଅଭିମୁଖେ ଆସୁଥିଲେ । ଏହି ଖବର କ୍ରାଇମବ୍ରାଞ୍ଚର ଏସ୍‍ଟିଏଫ୍‍ ଟିମ୍‍ ଜାଣିବା ପରେ ଇଟାମାଟି ପୁଲିସ ସହ ମିଳିତ ଭାବେ ମିଶି ଚଢ଼ଉ କରିଥିଲେ । ଦୁଇ ନିଶା ମାଫିଆ ଗାଡି ଛାଡି ଚମ୍ପଟ ମାରିଥିଲା ବେଳେ ଟିମ୍‍ ଦୁଇ ଜଣଙ୍କୁ କାବୁ କରି ନେଇଥିଲା । ପରେ ସେମାନଙ୍କଠାରୁ ପୁଲିସ ୧୦୬ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ନିଶା ମାଫିଆଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking