28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସିଦ୍ଧରମେୟା ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ; ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

ସିଦ୍ଧରମେୟା ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ; ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଗଠନର ସାତଦିନ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶନିବାର ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ଆଜି ରାଜଭବନରେ ଆଉ ୨୪ ନୂଆ ମନ୍ତ୍ରୀଙ୍କ ଶପଥ ନେଇଛନ୍ତି । ଏହା ସହିତ କଂଗ୍ରେସ ସରକାରରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୩୪ ହୋଇଛି । ଏହା ସହିତ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଅର୍ଥ, କ୍ୟାବିନେଟ୍ ବ୍ୟାପାର, ସାଧାରଣ ପ୍ରଶାସନ, ସୂଚନା, ଗୁଇନ୍ଦା ସହିତ କାହାରିକୁ ବଣ୍ଟନ ହୋଇନଥିବା ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଜଳସେଚନ ଏବଂ ବେଙ୍ଗାଲୁରୁ ବିକାଶ ବିଭାଗ ପ୍ରଦାନ କରାଯାଇଛି । ଗୃହ ବିଭାଗ ଜି. ପରମେଶ୍ୱରାଙ୍କୁ ଓ ଶ୍ରୀରାମଲିଙ୍ଗା ରେଡ୍ଡୀଙ୍କୁ ପରିବହନ ବିଭାଗ ଦିଆଯାଇଛି । ଏହା ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପୁତ୍ର ପ୍ରିୟାଙ୍କ ଖଡ୍‌ଗେଙ୍କୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତି ରାଜ ଦାୟିତ୍ୱ ଦିଆଯାଇଛି ।

ପୂରା ମନ୍ତ୍ରିମଣ୍ଡଳ ସାମାଜିକ ନ୍ୟାୟ ଏବଂ ସିଦ୍ଧାନ୍ତ ଅନୁରୂପ ଜାତିଗତ ଓ ଆଞ୍ଚଳିକ ବିବିଧତାକୁ ଦର୍ଶାଉଛି । କ୍ୟାବିନେଟ୍‌ରେ ଆଠ ଲିଙ୍ଗାୟତ, ସାତଜଣ ଅନୁସୂଚିତ ଜାତି, ପାଞ୍ଚ ଭୋକାଲିଗା, ଦୁଇ ମୁସ୍‌ଲିମ୍‌, ତିନି ଅନୁସୂଚୀତ ଜନଜାତି, ଛଅଜଣ ଅନ୍ୟ ପଛୁଆ ବର୍ଗ ସମାଜର ହୋଇଥିବା ବେଳେ ଜଣେ ବ୍ରାହ୍ମଣ, ଜଣେ ମରାଠା, ଜଣେ ଖ୍ରୀଷ୍ଟିଆନ୍ ଓ ଜଣେ ଜୈନ ଅନ୍ତର୍ଭୁକ୍ତ । ନୂଆ ୨୪ ମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ନୂତନ ଭାବେ ମନ୍ତ୍ରୀ ହୋଇଛନ୍ତି । ସେହିପରି ରାଜ୍ୟ କଂଗ୍ରେସ ଓ ହାଇକମାଣ୍ଡ୍‌ଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିଥିବା ଏଆଇସିସି ଏବଂ କର୍ଣ୍ଣାଟକ କଂଗ୍ରେସର ପୂର୍ବତନ ପଦାଧିକାରୀ ଏନ୍ ବୋସେରାଜୁଙ୍କୁ ନୂଆ ମନ୍ତ୍ରମଣ୍ଡଳରେ ସାମିଲ କରାଯାଇଛି । ସେ ବିଧାନ ପରିଷଦ କିମ୍ବା ବିଧାନସଭାର ସଦସ୍ୟ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking