33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଦୁନିଆର ସବୁଠୁ ଭିନ୍ନ ମାଛ, ଯାହାର ରକ୍ତର ରଙ୍ଗ ନୀଳ

ଦୁନିଆର ସବୁଠୁ ଭିନ୍ନ ମାଛ, ଯାହାର ରକ୍ତର ରଙ୍ଗ ନୀଳ

ନୂଆଦିଲ୍ଲୀ: ସାଧାରଣ ଭାବରେ ପୃଥିବୀରେ ଜନ୍ମ ନେଉଥିବା କୌଣସି ପ୍ରକାରର ଜୀବ ଜନ୍ତୁଙ୍କ ରକ୍ତର ରଙ୍ଗ ନାଲି ହୋଇଥାଏ ଏବଂ ସବୁ ଜୀବଙ୍କ ମଧ୍ୟରେ ଏକ ହୃଦୟ ବି ରହିଥାଏ । ହେଲେ ଏ ଦୁନିଆ ରହସ୍ୟରେ ଭରି ହୋଇ ରହିଛି । ଦୁନିଆରେ ଏମିତି ଭିନ୍ନ ଭିନ୍ନ ଜିନିଷ ରହିଛି, ଯାହା ବିଷୟରେ ଆପଣ କଳ୍ପନା ବି କରିପାରିବେ ନାହିଁ । ଯିଏ ଏ ସଂପର୍କରେ ଜାଣନ୍ତି, ସେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ହେଲେ ଯଦି ଆପଣଙ୍କୁ କୁହାଯିବ ଯେ, ଏମିତି ଏକ ଜୀବ ଯାହାର ରକ୍ତର ରଙ୍ଗ ନୀଳ ଓ ତା ଭିତରେ ଗୋଟିଏରୁ ଅଧିକ ହୃଦୟ ରହିଛି, ତେବେ ଏହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ । ହେଲେ ଏହା ସତ । ଦୁନିଆରେ ଏମିତି କିଛି ଅଜବ ଜୀବ ଅଛନ୍ତି, ଯାହାଙ୍କ ରକ୍ତର ରଙ୍ଗ ନାଲି ନୁହେଁ । ଏମିତି ହିଁ ଆଶ୍ଚର୍ଯ୍ୟ କରିଦବୋ ଭଳି ଏକ ମାଛ, ଯାହାର ନାମ କଟଲାଫିସ । ତାକୁ ସମୁଦ୍ରଫେନୀ ବି କୁହାଯାଏ । ଏହି ମାଛର ରକ୍ତର ରଙ୍ଗ ନାଲି ନୁହେଁ । ବରଂ ଏହାର ରଂଙ୍ଗ ନୀଳ କିମ୍ବା ହଳଦିଆ ହୋଇଥାଏ । ତାହାଲେ ଚାଲନ୍ତୁ ଜାଣିବା କାହିଁକି ଏହାର ରଙ୍ଗ ନୀଳ କିମ୍ବା ହଳଦିଆ ହୋଇଥାଏ ।
ତେବେ ରକ୍ତର ରଙ୍ଗ ଏମିତି ହେବା ପଛରେ କାରଣ ହେଉଛି ଏକ ବିଶେଷ ଧରଣର ପ୍ରୋଟିନ । ଏହି ପ୍ରୋଟିନରେ କପର ରହିଥାଏ । ଯେଉଁଥିପାଇଁ କଟଲାଫିସ ରକ୍ତର ରଙ୍ଗ ହଳଦିଆ କିମ୍ବା ନୀଳ ହୋଇଥାଏ । ଏତିକି ନୁହେଁ, ଏହି ମାଛରେ ସବୁଠୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା , ଏହାର ଶରୀର ଭିତରେ ଗୋଟିଏ ନୁହେଁ, ବରଂ ୩ଟି ହୃଦୟ ରହିଥାଏ ।
ସମୁଦ୍ରଫେନୀ କିମ୍ବା କଟଲାଫିସକୁ ଏହାର ରକ୍ତର ରଙ୍ଗ ଅନ୍ୟ ଜୀବମାନଙ୍କଠାରୁ ଖାସ ବନାଇଥାଏ । ଏମିତି ରକ୍ତ ଥିବା ଏହି ଖାସ ମାଛ ଗଭୀର ସମୁଦ୍ର ରହିଥାଏ । କେବଳ ଏହାର ରକ୍ତର ରଙ୍ଗ ନୁହେଁ ବରଂ ଏହି ମାଛ ନିଜ ଶରୀରର ରଙ୍ଗ ବି ବଦଳାଇପାରେ । ରଙ୍ଗ ବଦଳାଇବାର ବିଶେଷତ୍ୱ ପାଇଁ ଏହାକୁ ସମୁଦ୍ରରେ ଦେଖିବା କଷ୍ଟକର ହୋଇଥାଏ । ଫଳରେ ଏହା ଶିକାରୀକୁ ଚକମା ଦେବାରେ ସଫଳ ହୋଇଥାଏ ।

ଏହି ମାଛ ପାଖରେ ୩ଟି ହୃଦୟ ରହିଥାଏ । ଏହାସହିତ ଅକ୍ଟୋପସ ଭଳି ୮ ବାହୁ ବି ରହିଛି । ଗଭୀର ସମୁଦ୍ରରୁ ମିଳୁଥିବା ଜୀବମାନଙ୍କ ମଧ୍ୟରେ ଏମାନେ ସବୁଠୁ ବୁଦ୍ଧିମାନ ବୋଲି ଧରାଯାଏ । ଏମାନଙ୍କ ଶରୀରର ଆକାର ଏମିତି ହୋଇଥାଏ ଯେ, ଅତି ସହଜରେ ସେମାନେ ଗଭୀର ସମୁଦ୍ର ଭିତରକୁ ଯାଇପାରନ୍ତି । ଏହି ମାଛଙ୍କ ୧୨୦ ପ୍ରଜାତି ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking