32.1 C
Bhubaneswar
Friday, April 26, 2024
Homeଓଡିଶାହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବାରକୋଟ ବ୍ଲକ୍ ଅନ୍ତର୍ଗତ ବଡ଼କୁଦର ଗ୍ରାମର ରମ୍ଭା ନାୟକ ନାମକ ଜଣେ ବିବାହିତା ମହିଳା ଶୌଚ ଲାଗି ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ସେ ଶୌଚ ସାରି ଫେରିବା ବେଳେ ପାଖାପାଖି ୭ଟା ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଏହାପରେ ରମ୍ଭା ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ହାତୀଟି କେଉଁଆଡେ ଚାଲିଯାଇଥିଲା। ଗୁରୁତର ଆହତ ହୋଇଥିବା ରମ୍ଭା ନାୟକଙ୍କୁ ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାରକୋଟ ବନାଞ୍ଚଳର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
https://onakhabar.com/2020/01/30/elephant-dead-in-truck-accident/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking