34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସିଏଏକୁ ବିରୋଧ କରୁଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଲେ ତୃଣମୂଳ ନେତା : ୨ ମୃତ

ସିଏଏକୁ ବିରୋଧ କରୁଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଲେ ତୃଣମୂଳ ନେତା : ୨ ମୃତ

କୋଲକତା : ନାଗରିକତା ଆଇନ (ସିଏଏ)କୁ ନେଇ ପଶ୍ଚିମବଙ୍ଗରେ ହିଂସା ଅବ୍ୟାହତ ରହିଛି । ତେବେ ବୁଧବାରଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମୁର୍ସିଦାବାଦ ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ ନେତା ତାହିରୁଦ୍ଦିନ ସିଏଏକୁ ବିରୋଧ କରୁଥିବା କେତେକ ଲୋକଙ୍କ ଉପରକୁ ଆଖିମୁଜା ଗୁଳି ଚଳାଇବାରୁ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ କିଛି ଲୋକ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଲେ ମକବୁଲ ସେଖ ଓ ଅନିରୁଦ୍ଧ ବିଶ୍ୱାସ । ତେବେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ଘଟଣାରେ ନିଜ ନେତାଙ୍କ ହାତ ଥିବା କଥାକୁ ସ୍ୱୀକାର କରିଛନ୍ତି ।
ସୂଚନା ଅନୁଯାୟୀ, ସ୍ଥାନୀୟ ନାଗରିକ ଫୋରମ ପକ୍ଷରୁ ସିଏଏ ବିରୋଧରେ ଏକ ବନ୍ଦ ଡକରା ଦିଆଯାଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାହାର କରିବାକୁ ତାହିରୁଦ୍ଦିନ ସେମାନଙ୍କୁ କହୁଥିଲେ । ଏହାକୁ ନେଇ ବିବାଦ ଦେଖାଯିବା ପରେ ସେ ହଠାତ ଗୁଳିଚଳାଇଥିଲେ ।
https://onakhabar.com/2020/01/28/minister-dharmendra-pradhan-election-campaign/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking