33.1 C
Bhubaneswar
Saturday, April 27, 2024
HomeUncategorizedକ’ଣ ପାଇଁ ମାର୍ଚ୍ଚ ମାସରେ ପାଳନ କରାଯାଏ ଆନ୍ତର୍ଜାତୀୟ ମହିଳା ଦିବସ ?

କ’ଣ ପାଇଁ ମାର୍ଚ୍ଚ ମାସରେ ପାଳନ କରାଯାଏ ଆନ୍ତର୍ଜାତୀୟ ମହିଳା ଦିବସ ?

ଭୁବନେଶ୍ୱର : ସମସ୍ତେ ତ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରନ୍ତି । ହେଲେ କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି, କଣ ପାଇଁ ମାର୍ଚ୍ଚ ମାସରେ ହିଁ ଏହାକୁ ପାଳନ କରାଯାଏ ? ତେବେ, ନ୍ୟାସନାଲ ମହିଳା ଦିବସର ଇତିହାସ ହେଉଛି ମାର୍ଚ୍ଚ ମାସ । ଯଦି ବର୍ଷ ଯାକ ମହିଳା ମାନେ ଐତିହାସିକ , ତେବେ କେବଳ ମାର୍ଚ୍ଚ କଣ ପାଇଁ ? ପ୍ରକୃତରେ କଣ ମହିଳାଙ୍କ ଇତିହାସ ପାଇଁ ମାର୍ଚ୍ଚ ମାସ ମହତ୍ୱପୂର୍ଣ୍ଣ ହୋଇଥାଏ ନା ମନମୁଖୀଭାବେ ଏହା କେବଳ କ୍ୟାଲେଣ୍ଡରରେ ରହିଥିବା ଏକ ମାସ ? ମହିଳାଙ୍କ ଏହି ମହତ୍ୱପୂର୍ଣ୍ଣ ମାସକୁ ଆମେରିକା, ବ୍ରିଟେନ ଓ ଅଷ୍ର୍ଟ୍ରେଲିଆରେ ମାର୍ଚ୍ଚ ମାସରେ ପାଳନ କରାଯାଉଥିବା ସମୟରେ କାନ୍ନାଡାରେ ଅକ୍ଟୋବରର ପ୍ରଥମ ଦିନରୁ ଆରମ୍ଭ ହୋଇଥାଏ । ଆନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ହୋଇଥିବା ବେଳେ ୧୯୧୧ ମସିହାରୁ ଏବା ବିଭିନ୍ନ ରୂପରେ ପାଳନ ହୋଇ ଆସୁଛି ।

୧୯୭୦ରେ ଏହାକୁ ସମସ୍ତେ ପାଳନ କରିବା ଆରମ୍ଭ ହୋଇଥିଲା ଏବଂ ନାରୀଙ୍କ ସମ୍ମାନ ଓ ଅଧିକାର ସଂପର୍କରେ ଜାଗରଣ ସୃଷ୍ଟି କରାଯାଇଥିଲା । ସେବେଠୁ ଆରମ୍ଭ ହୋଇଥିବା ଏହି ଦିନ ଆଜି ବି ପାଳନ ହୋଇ ଆସୁଛି । ମହିଳାଙ୍କ ସୁରକ୍ଷା, ଅଧିକାର ଓ ସମାନତା ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ସ୍ୱରୂପ ଏହି ଦିନଟିକୁ ପାଳନ କରାଯାଉଛି । କେହି କେହି ଏହି ଦିନରେ ହାତରେ ବାଇଗଣୀ ରଙ୍ଗର ରିବନ ବାନ୍ଧି ମଧ୍ୟ ମହିଳା ଦିବସକୁ ପାଳନ କରିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking