34.1 C
Bhubaneswar
Thursday, April 25, 2024
Homeଓଡିଶାକେମିତି ପାଳନ ହୁଏ ଦୋଳ ପୂର୍ଣ୍ଣିମା..

କେମିତି ପାଳନ ହୁଏ ଦୋଳ ପୂର୍ଣ୍ଣିମା..

ଭୁବନେଶ୍ୱର: ଭାରତର ବିଭିନ୍ନ ସ୍ଥାନରେ ଦୋଳପୂଣ୍ଣିମା ଖୁବ ଧୁମ ଧାମରେ ଓ ଭକ୍ତିର ସହକାରେ ପାଳନ କରନ୍ତି । ଦୋଳପୂଣ୍ଣିମାର ଅନ୍ୟନାମ ବସନ୍ତ ଉତ୍ସବ ଅଟେ । ଫାଲଗୁନ ମାସ ପୂର୍ଣ୍ଣମି ତିଥିରେ ଏହି ପର୍ବ ପାଳନ କରାଯାଏ । ପୁରାଣ ଅନୁସାରେ ଆଜିର ଦିନରେ ନଟଖଟି ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଅଭୀର ଓ ଗୁଲାଲ ନେଇ ଶ୍ରୀରାଧା ଓ ଅନ୍ୟାନ୍ୟ ଗୋପୀ ମାନଙ୍କ ସହ ରଙ୍ଗ ଖେଳରେ ମାତିଥିଲେ । ସେହି ଦିନଠାରୁ ଦୋଳ ଖେଳର ଉତ୍ପତ୍ତି ହୋଇଛି । ସେଥିପାଇଁ ରାଧା ଓ କୃଷ୍ଣ ଙ୍କୁ ଦୋଳ ପୂଣ୍ରିମା ଦିନରେ ଅଭୀର ପୂଜା କରାଯାଇ ଭଜନ ସଂକିର୍ତ୍ତନ କରାଯାଇ ଦୋଳି ବା ଝୁଲା ଖେଳାଯାଇଥାଏ । ହୋଲିର ପର୍ବକୁ ବହୁ ଆଡମ୍ବରରେ ପାଳନ କରାଯାଏ ।ବିଶେଷ କରି ବୃନ୍ଦାବନ ରେ ଏକ ଉଶ୍ଚବ ପରି ପାଳନ ହୁଏ କାହିଁକିନା ଶ୍ରୀକୃଷ୍ଣଙ୍କର ଲୀଳା ଏହି ସ୍ଥାନରେ ହୋଇଥିଲା ।

ଗାଁ ଗୁଡିକରେ ଦୋଳପୂର୍ଣିମାରେ ରାଧା କୃଷ୍ଣ କୁ ଝୁଲାରେ ବସାଇ ସ୍ୱାଦିଷ୍ଟ ମିଠା ଲଡୁ ଖଇ ଉଖୁଡା ଆଦି ଭୋଗଦେବା ସହ ରଙ୍ଗ ଅର୍ପଣ କରାଯାଇଥାଏ ।ଏହା ପରେ ଗ୍ରାମରେ ପରିଭ୍ରମଣ ରେ ନିଆଯାଏ ।  ଭଗବାନ ଶ୍ରୀକୃଷ୍ଣ ଗ୍ରାମର ପ୍ରତି ଘରକୁ ଯାଇ ପୂଜା ସହ ରଙ୍ଗ ମଧ୍ୟ ପାଇଥାନ୍ତି ସେହି ଦିନ କୁ ଦୋଳପୂର୍ଣ୍ଣିମା ବୋଲି କୁହାଯାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking