28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକ'ଣ ପାଇଁ ମର୍ତ୍ୟ ଲୋକରେ ହୋଇଥିଲା ବିଶ୍ୱକର୍ମାଙ୍କ ଜନ୍ମ

କ’ଣ ପାଇଁ ମର୍ତ୍ୟ ଲୋକରେ ହୋଇଥିଲା ବିଶ୍ୱକର୍ମାଙ୍କ ଜନ୍ମ

ଭୁବନେଶ୍ୱର : ପୁରାଣ ବର୍ଣ୍ଣନାରୁ ଜଣାଯାଏ ଯେ, ଏକଦା ଘୃତ୍ରାଚୀ ବେଶଭୂଷା ହୋଇ ପୁଷ୍କର ତୀର୍ଥକୁ କାମଦେବଙ୍କ ନିକଟକୁ ଯାଉଥିଲେ । ସେହି ସମୟରେ ବିଶ୍ୱକର୍ମା ସୂର୍ଯ୍ୟଲୋକରୁ ଫେରୁଥିବା ବେଳେ ଘୃତ୍ରାଚୀ ସହିତ ଭେଟ ହୋଇଗଲା । ଘୃତ୍ରାଚୀର ରୂପ ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ବିଶ୍ୱକର୍ମା ତାଙ୍କର ଶୃଙ୍ଗାର କାମନା କଲେ । ଘୃତାଚୀ ବିଶ୍ୱକର୍ମାଙ୍କୁ କହିଲା, ସ୍ୱର୍ଗପୁରୀର ନିୟମ ଅନୁସାରେ, ଆମେ ଦେବ ବେସ୍ୟାମାନେ ଯେଉଁଦିନ ଯାହାଙ୍କ ନିକଟକୁ ଯାଉ ସେହିଦିନ ପାଇଁ ଆମେ ତାଙ୍କ ସହିତ ପତ୍ନୀରୂପେ ଶୃଙ୍ଗାଲ କରୁ । ମୁଁ ଆଜି କାମଦେବଙ୍କ ପାଖକୁ ଯାଉଛି । ତେଣୁ ଆଜି ଦିନକ ପାଇଁ ଆମେ ଦୁହେଁ ପତିପତ୍ନୀ । ଆଉ ମଧ୍ୟ କାମଦେବ ହେଉଛନ୍ତି, ତୁମର ଶିକ୍ଷାଗୁରୁ । ତେଣୁ ମୁଁ ତୁମର ଗୁରୁ ପତ୍ନୀ ରୂପେ ପୂଜ୍ୟା ।

ଗୁରୁପତ୍ନୀ ହରଣ କରିବା ମହାପାପ । ତେଣୁ ଆଜି ଦିନକ ପାଇଁ ତୁମେ ମୋ ପ୍ରତି ଆସକ୍ତ ହେବା ଉଚିତ ନୁହେଁ । ତୁମେ ଯଦି ଚାହିଁବ ମୁଁ ଆଉ ଏକ ଦିନ ତୁମ ନିକଟକୁ ଯିବି ଏବଂ ତୁମ ସହିତ ପତ୍ନୀ ରୂପେ ରମଣ କରିବି । କିନ୍ତୁ ଆଜି ତାହା ସମ୍ଭବ ନୁହେଁ । ଘୃତାଚୀର ପ୍ରତ୍ୟାଖ୍ୟାନରେ ବିଶ୍ୱକର୍ମା କ୍ରୋଧାନ୍ୱିତ ହୋଇ ତାକୁ ଅଭିଶାପ ଦେଲେ । କହିଲେ, ତୁ ମର୍ତ୍ତ୍ୟଲୋକକୁ ଯାଇ ଶୁଦ୍ରଜନିରେ ଜନ୍ମ ହେବୁ । ଘୃତାଚୀ ମଧ୍ୟ ପ୍ରତି ଅଭିଶାପ ଦେଇ ବିଶ୍ୱକର୍ମାକୁ କହିଲା, ତୁମେ ଦେବଲୋକର ନୀତି ନିୟମ ଭାଙ୍ଗି ଗୁରୁପତ୍ନୀ ହରଣ କରିବାର ଅଭିଳାଷ ପୋଷଣ କରୁଥିବାରୁ ତୁମେ ଆଜିଠାରୁ ସ୍ୱର୍ଗଲୋକ ଛାଡି ମର୍ତ୍ତ୍ୟରେ ମନୁଷ୍ୟ ହୋଇ ଜନ୍ମ ହୁଅ ।

ପୌରାଣିକ ବର୍ଣ୍ଣନାରୁ ଜଣାଯାଏ ଯେ, ଦେବଶ୍ରୀ ଶ୍ରୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତି ତିଥିରେ ମର୍ତ୍ତ୍ୟଲୋକରେ ଆବିର୍ଭୁତ ହୋଇଥିଲେ । ତେଣି ଏହି ତିଥିରେ ଶିଳ୍ପୀ ବଂଶଧରମାନେ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରନ୍ତି । ବିଶ୍ୱ କର୍ମା ସମସଲ୍‌ତ ଶିଳ୍ପର ସୃଷ୍ଟି କର୍ତ୍ତା ହୋଇଥିବାରୁ ଏହି ଦିନ ଶିଳ୍ପାନୁଷ୍ଠାନମାନଙ୍କରେ ବିଶ୍ୱକର୍ମାଙ୍କର ପୂଜା ଉତ୍ସବ ମହା ଜାକଜକମରେ ପାଳନ କରାଯାଏ । ଓଂକାର ସ୍ୱରୂପ ପରବ୍ରହ୍ମଙ୍କଠାରୁ ଜୀବଜଗତ ସୃଷ୍ଟି । ସୃଷ୍ଟିର ତ୍ରିଶକ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ସୃଷ୍ଟିକର୍ତ୍ତା । ବିଷ୍ଣୁ ପାଳନ କର୍ତ୍ତା ଓ ମହେଶ୍ୱର ସଂଘାର କର୍ତ୍ତା ରୂପେ ବିବେଚିତ ହୁଅନ୍ତି । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସୃଷ୍ଟି ସର୍ଚ୍ଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking