32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦାନଗଦି ଷ୍ଟିଲ ସିଟି ହସ୍ପିଟାଲ ନାମରେ ଆସିଲା ପୁଣି ଏକ ସାଂଘାତିକ ଅଭିଯୋଗ

ଦାନଗଦି ଷ୍ଟିଲ ସିଟି ହସ୍ପିଟାଲ ନାମରେ ଆସିଲା ପୁଣି ଏକ ସାଂଘାତିକ ଅଭିଯୋଗ

ଯାଜପୁର: ଦାନଗଦି ମିଲିଟାରୀଛକ ଠାରେଥିବା ଷ୍ଟିଲ୍ ସିଟି ପ୍ରାଇଭେଟ୍ ଘରୋଇ ହସପିଟାଲରେ ଦେଖିବାକୁ ମିଳିଛି ପୁଣି ଏକ ଅଭାବନୀୟ ଘଟଣା । ଦାନଗଦି ମୁଳାସାର ଗ୍ରାମରୁ ଶ୍ଵରସ୍ଵତୀ ଜେନା ନାମକ ମହିଳା ଚିକିତ୍ସା ପାଇଁ ଷ୍ଟିଲ୍ ସିଟି ହସ୍ପିଟାଲ କୁ ଆସିଥିଲେ । ସେ ଗର୍ଭବତୀ ଥିବାରୁ ତାଙ୍କର ଦେହର ବହୁତ ଜନ୍ରଣା ହେଉଥିଲା ପ୍ରଥମେ ସେ ଦାନଗଦି ସରକାରୀ ମେଡିକାଲ କୁ ଆସିଥିଲେ କୌଣସି କାରଣରୁ ସେଠାରେ ତାଙ୍କର ଚିକିତ୍ସା ହୋଇପାରି ନଥିଲା ଶେଷରେ ସେ ନୀରାସ ହୋଇ ଦାନଗଦି ଷ୍ଟିଲ୍ ସିଟି ହସ୍ପିଟାଲ କୁ ଆସିଥିଲେ ସେଠାରେ ଷ୍ଟିଲ ସିଟି ହସ୍ପିଟାଲ ର ମାନେଜର ଜେନା ବାବୁ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ ଦୀର୍ଘ 1 ଘଣ୍ଟା ଅପେକ୍ଷା କରିବା ପରେ ତୁମେ ଦାନଗଦି ସରକାରୀ ମେଡିକାଲ ରୁ ଆସିଛ ତୁମକୁ କରୋନ ହୋଇଥିବା ଆମେ ଏଠାରେ ତୁମର ଚିକିତ୍ସା କରିପାରିବୁ ନାହିଁ ବୋଲି ଷ୍ଟିଲ ସିଟି ର ମାନେଜର ଜେନା ବାବୁ କହିଥିଲେ l ଶେଷରେ ଗର୍ଭବତୀ ମହିଳାଙ୍କ ସ୍ବାମୀ ନୀରସ ହୋଇ ଗଣମାଧ୍ୟମ ର ସାହାଯ୍ୟ ଲୋଡିଥିଲେ ଓ ଗଣମାଧ୍ୟମ ର ପ୍ରତିନିଧି ସେଠୀ ପହଞ୍ଚିବା ପରେ ମେଡିକାଲ ର ମ୍ୟାନେଜର ବୁଟୁ ଜେନା ଙ୍କୁ ମହିଳା ଙ୍କ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ କିନ୍ତୁ ମେଡିକାଲ ର ମ୍ୟାନେଜର ସେସବୁକୁ କର୍ନପାତ ନକରି ଓଲଟା ଗଣମାଧ୍ୟମ କୁ ଦୃବ୍ୟବହାର କରିବା ସହିତ ଗର୍ଭବତୀ ମହିଳା ଙ୍କ ସହିତ ତୁମକୁ ବି କାରୋନା ହେଇଛି କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ l ଶେଷରେ ଗଣମାଧ୍ୟମ ପ୍ରତିନିଧୀମାନେ ଏକ ଏମ୍ବୁଲେନ୍ସ ଯୋଗେ ଗର୍ଭବତୀ ମହିଳାଙ୍କୁ ଯାଜପୁର ଜିଲା ହସ୍ପିଟାଲ କୁ ପଠାଇଥିଲେ l ଗତ କିଛି ଦିନ ତଳେ ଏହି ହସ୍ପିଟଲ ରେ ଚିକିତ୍ସା ଅଭାବରୁ ଏକ ଶିଶୁ ମୃତ ହୋଇଥିଲା ତେଣୁ ହସ୍ପିଟାଲ ର ଏଭଳି କାର୍ଯ୍ୟ କଳାପ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଣମାଧ୍ୟମ ରେ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking