32.1 C
Bhubaneswar
Friday, April 26, 2024
Homeଓଡିଶାପୁଅ ପାଇଁ ବାପାର ପରିଚୟ ନେଇ କି ଯିବି: ସ୍ତ୍ରୀର ମାନ୍ୟତା ଦାବିରେ ଦୁଇଦିନ ଧରି...

ପୁଅ ପାଇଁ ବାପାର ପରିଚୟ ନେଇ କି ଯିବି: ସ୍ତ୍ରୀର ମାନ୍ୟତା ଦାବିରେ ଦୁଇଦିନ ଧରି ଧାରଣା

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ଦାବିରେ ଗାନ୍ଧୀ ନଗରର ଜଣେ ମହିଳା ତାଙ୍କର ୧୮ ମାସର ପୁଅକୁ ନେଇ ଧାରଣାରେ ବସିଛନ୍ତି । ବ୍ରହ୍ମପୁର ଦେଶୀବେହେରା ସାହିର କେ. ଦିଲ୍ଲୀପ କୁମାରଙ୍କ ଘର ଆଗରେ ଗାନ୍ଧୀ ନଗର ଅଞ୍ଚଳର କେ. ଦୀପିକା(୨୯) ନାମଙ୍କ ଜଣେ ମହିଳା ଗତ ୨ ଦିନ ଧରି ଧାରଣାରେ ବସିଛନ୍ତି । ତାଙ୍କ ଛୋଟ ପୁଅକୁ ବାପାର ପରିଚୟ ସହ ତାଙ୍କୁ ସ୍ତ୍ରୀ ର ମାନ୍ୟତା ଦାବିରେ ସେ ଏହି ଧାରଣା ଜାରି ରଖିଛନ୍ତି । କେ. ଦିଲ୍ଲୀପ କୁମାରଙ୍କ ବଡ଼ ପୁଅ କେ. ଦିନେଶ କୁମାର ତାଙ୍କ ସହ ସମ୍ପର୍କ ରଖି ଥିବା ବେଳେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । କିନ୍ତୁ ଦିନେଶ ତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିବା ବଦଳରେ ତାଙ୍କୁ ଟଙ୍କା ଦେଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି । ଏହା ସହ ଯେଉଁ ପର୍ଯ୍ୟନ୍ତ ତାଙ୍କ ପୁଅକୁ ବାପାର ପରିଚୟ ନମିଳୁଛି ସେହି ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କେ. ଦୀପିକା କହିଛନ୍ତି । ତାଙ୍କ ସୁରକ୍ଷା ଦୃଷ୍ଟିରେ ଘଟଣାସ୍ଥଳରେ ବଡ଼ ବଜାର ଥାନା ପୁଲିସ ମୁତୟନ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହାରେ କେ. ଦିନେଶ କୁମାରଙ୍କ ସହ କେ. ଦୀପିକାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଦିନେଶ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏହାପରେ ଦୀପିକା ଗର୍ଭବତୀ ହେବା ପରେ ବିବାହ କରିବାକୁ ଦୀପିକାଙ୍କୁ ଦିନେଶ ମନାକରି ଦେଇଥିଲେ । ଏନେଇ ଦୀପିକା ଟାଉନ୍‌ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ମାମଲାରେ ପୁଲିସ ଦିନେଶଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ପରେ ସେ ଏହି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ରେ ଆସିଥିଲେ ।

ଏଥି ମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଦିନେଶ ଅନ୍ୟ କେଉଁଠି ବିବାହ କରିବାକୁ ଖବର ପାଇ ଦୀପିକା ଓ ତାଙ୍କ ମା’ ଦିନେଶଙ୍କ ଘରେ ପହଞ୍ଚି ଥିଲେ । ନିଜକୁ ସ୍ତ୍ରୀର ମାନ୍ୟତା ଦେବାକୁ ଦାବି କରିଥିଲେ । ଏହି ଘଟଣାକୁ ନେଇ ଦିନେଶଙ୍କ ବାପା କେ. ଦିଲ୍ଲୀ କୁମାରଙ୍କ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପୁଅ ଜନ୍ମ ହୋଇଛି । କୋର୍ଟଙ୍କ ଅନୁମତି ପ୍ରକାରେ ସେ ଡିଏନ୍‌ଏ ପରୀକ୍ଷା କରିଛନ୍ତି । ସେ ଯେଉଁ ଘରେ ପଶିଛନ୍ତି ତାହା ତାଙ୍କ ପୁଅର ଅଧୁକାର ଅଛି ବୋଲି ଦାବି କରିଛନ୍ତି । ତେଣୁ ଏହି ଘରେ ତାଙ୍କର ଅଧିକାର ରହିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking