28.1 C
Bhubaneswar
Friday, March 29, 2024
Homeଅପରାଧ୭ ମାସରେ ୭ କୋଟି ସାଇବର ଠକେଇ: ଏତଲା ଦେବାକୁ ଡିସିପିଙ୍କ ପରାମର୍ଶ

୭ ମାସରେ ୭ କୋଟି ସାଇବର ଠକେଇ: ଏତଲା ଦେବାକୁ ଡିସିପିଙ୍କ ପରାମର୍ଶ

ଭୁବନେଶ୍ୱର: ୭ ମାସରେ ୭ କୋଟିରୁ ଊର୍ଦ୍ଧ୍ୱ ସାଇବର ଠକେଇ ହୋଇଛି । ଅନ୍ୟପଟେ ନ୍ୟୁଡ୍ କଲ୍‌ରେ ଫସି ଠକେଇର ଶୀକାର ହେଉଥିବା ଲୋକେ ଲଜ୍ଜାରେ ଥାନାକୁ ଆସୁନଥିବା ସୂଚନା ମିଳିଛି । ଏନେଇ ଏତଲା ଦେବାକୁ ଭୁବନେଶ୍ୱର ଡିସିପିି ପ୍ରତୀକ ସିଂ ପରାମର୍ଶ ଦେଇଛନ୍ତି । କେଉଁଠି ଓଏଲ୍‌ଏକ୍ସରେ ବିଜ୍ଞାନ, ନ୍ୟୁଡ୍ କଲ୍ କରି ସାିବର ଠକମାନେ ଲୋକମାନଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଯାଉଛନ୍ତି । ନ୍ୟୁଡ୍ କଲରେ ୨୫ ଲକ୍ଷ ଟଙ୍କା ଠକେଇର ଶୀକାର ହୋଇଥିବା ଇଞ୍ଜିନିୟର ଏତଲା କରିଥିଲେ ମଧ୍ୟ ଗଣମାଧ୍ୟମରେ ନାମ ପ୍ରକାଶ କରିବାକୁ ଅନିଛା ପ୍ରକାଶ କରିଥିଲେ । ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡିସିପିି ପ୍ରତୀକ୍ ସିଂ କହିଛନ୍ତି ଯେ ଚଳିତବର୍ଷ ଜାନୁଆରୀରୁ ଜୁଲାଇ, ୭ ମାସରେ ସାଇବର ଠକମାନେ ୭ କୋଟି ଟଙ୍କା ଠକି ନେଇଛନ୍ତି । ସେଥିମଧ୍ୟରୁ କିଛି ରାଶି ଫେରସ୍ତ ହୋଇଥିବାବେଳେ ଆଉ କିଛି ରାଶିକୁ ବ୍ଳକ କରିବାରେ ସମର୍ଥ ହୋଇଛି ସାଇବର ସେଲ୍ ।

ଭୁବନେଶ୍ୱର ଡିସିିପି ଅଫିସ ସ୍ଥିତ ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଜୁନ୍ ମାସ ମଧ୍ୟରେ ହେଲ୍ପଲାଇନ ନମ୍ୱର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୨୧ଟି ଅଭିୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୪୭ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୪୮ଟି ୟୁାଇ ଫ୍ରଡ୍ ଏବଂ ୭୧ଟି କ୍ରେଡିଟ୍‌/ଡେଭିଟ୍ ଫ୍ରଡ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ୧୦୨ଟି ଅନ୍‌ଲାଇନ୍ ଠକେଇ ଅଭିଯୋଗ ଏହି ହେଲ୍ପ ଡେସ୍କ ଗ୍ରହଣ କରିଥିଲେ । ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିୋଗ ମାଧ୍ୟମରେ ମୋଟ ୧,୩୮,୬୪,୬୯୪ ଟଙ୍କାର ଠକେଇ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୭ ଟି ମୋକଦ୍ଦମା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିବା ବେଳେ ୩୫ଟି ସୋସିଆଲ ମିଡ଼ିଆ ଜନିତ ମାମଲା ମଧ୍ୟ ରହିଛି ।

ଗତ ଜୁଲାଇ ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୧,୩୯,୯୪୧ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୧୮,୯୮,୯୦୭ ଟଙ୍କା ବ୍ଲକ କରାଯାଇ ପାରିଛି । ଏ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସତର୍କ ହେବା ନେଇ ଡ଼ିସିପି ପରାମର୍ଶ ଦେଇଛନ୍ତି । ମୁଖ୍ୟତଃ ୩ ପ୍ରକାର ଠକେଇ ହେଉଛି । ଓଏଲ୍‌ଏକ୍ସ୍‌ରେ ଜିନିଷ ବିକ୍ରି, ନ୍ୟୁଡ୍ କଲ୍ ଓ ବିଦ୍ୟୁତ ବିଲ୍ ପଇଠ ବାହାନାରେ ଠକେଇ ହୋଇଛି । ନ୍ୟୁଡ୍ କଲ୍‌କୁ ନେଇ ଠକେଇ ଅଧିକ ହେଉଥିବା ବେଳେ ଲୋକଲଜ୍ଜା ଭୟରେ ଥାନାରେ ମାମଲା ହେଉନି । ତେଣୁ ଏଭଳି ଠକେଇ ହୋଇଥିଲେ, ତୁରନ୍ତ ଥାନାରେ ଆସି ମାମଲା ଦେବାକୁ ଡିସିିପି ପରାମର୍ଶ ଦେଇଛନ୍ତି । ଜୁଲାଇ ମାସରେ ମୋଟ ୩୬୮ଟି ଠକେଇ କଲ୍ ଆସିଥିବା ବେଳେ ୧୪୮ଟି ୟୁାଇ ଫ୍ରଡ୍ ମାମଲା ରେଜିଷ୍ଟର୍ ହୋଇଛି । ସେହିପରି ଦୁଇ ଦିନ ତଳେ ନ୍ୟୁଡ୍ କଲ୍ ଜରିଆରେ ଜଣେ ବ୍ୟକ୍ତିଙ୍କଠୁ ୨୫ ଲକ୍ଷ ଠକେଇ ଘଟଣା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking