32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆମେ ଯେଉଁଠି ଅଛୁ, ଆମକୁ ସେଇଠି ଥଇଥାନ କର: ଉଠା ଦୋକାନୀ ସଂଘ

ଆମେ ଯେଉଁଠି ଅଛୁ, ଆମକୁ ସେଇଠି ଥଇଥାନ କର: ଉଠା ଦୋକାନୀ ସଂଘ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବିଗତ କିଛି ଦିନ ହେବ ସହରରେ ଜିଲ୍ଲା ପ୍ରସାଶନ ତରଫରୁ ଉଠା ଦୋକାନୀ ଉଚ୍ଛେଦ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି । ଉଠା ଦୋକାନି ମାନଙ୍କୁ ସହରର ବିଭିନ୍ନ ଅଂଚଳରେ ଥଇଥାନ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଆଜି ଉଠା ଦୋକାନିମାନେ ଜିଲ୍ଲା ପ୍ରଶାସନ ଦ୍ୱାରା କାରାଯାଇଥିବା ଥଇଥାନ ବ୍ୟବସ୍ଥାକୁ ନାପସନ୍ଦ କରିବା ସହ ସେମାନେ ଯେଉଁ ସ୍ଥାନରେ ଦୋକାନ କରିଛନ୍ତି, ତାଙ୍କୁ ସେହି ସ୍ଥାନରେ ଥଇଥାନ କରାଯାଉ ବୋଲି ଦାବି କରିଛନ୍ତି । ଆଜି ସକାଳୁ ପାଟଣାଗଡ ଓ ଟିଟିଲାଗଡ ରୋଡ ସ୍ଥିତ ବିଭିନ୍ନ ଉଠା ଦୋକାନି ମାନେ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନ ଯୋଗୁଁ ରାସ୍ତା ବନ୍ଦ ହେବା ଆଶଙ୍କାରେ ପୋଲିସ ସମସ୍ତ ବିକ୍ଷୋଭକାରିଙ୍କୁ ଥାନା ପରିସରକୁ ନେଇ ଆସିଥିଲା । ପରେ ପରେ ବଲାଙ୍ଗିର ପୌରପାଳିକାର କାର୍ଯ୍ୟନିର୍ବାହି ଅଧିକାରି ଘଟଣା ସ୍ଥଳକୁ ପହଞ୍ଚି ବିକ୍ଷୋଭକାରିଙ୍କୁ ବୁଝା ସୁଝା କରିବା ପରେ , ସମସ୍ତ ଉଠା ଦୋକାନିଙ୍କୁ ନିଜର ଦୋକାନ ଓ ଠିକାଣାର ଏକ ତାଲିକା ପ୍ରଦାନ କରିବା ପାଇଁ କହିବା ସହ ଆସନ୍ତା ୩ ଦିନ ଭିତରେ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ବିଷୟରେ ଗୁରୁତ୍ୱର ସହ ବିଚାର କରିବା ସହ ସମାଧାନର ରାସ୍ତା ପ୍ରସ୍ତୁତ କରିବ ବୋଲି ଆଶ୍ୱାସନା ଦେଇଥିଲେ ।
ପ୍ରକାଶ ଯେ, କରୋନା ତ୍ରାଷଦିରେ ଉଠା ଦୋକାନିମାନଙ୍କ ଅର୍ଥନୈତିକ ଅବସ୍ଥା ସଂପୁର୍ଣ୍ଣ ରୁପେ ଭାଙ୍ଗି ପଡିଥିବା ବେଳେ ଅନଲକ ପରେ ସେମାନେ ରାସ୍ତା କଡରେ ଦୋକାନ ଖୋଲି ଥିଲେ । କିଛି ପ୍ରଇଭେଟ ୍ ଲୋନ କରିଥିବା ବେଳେ ଆଉ କିଛି ଉଠା ଦୋକାନିଙ୍କୁ ସରକାର ପ୍ରଦତ୍ତ ଦଶ ହଜାର ଟଙ୍କା ଲୋନ କରି କରି କୌଣସି ମତେ ନିଜର ଜିବିକା ଉପାର୍ଜନ କରୁଥିଲେ । କିନ୍ତୁ ବିଗତ କିଛି ଦିନ ହେବ ତାଙ୍କୁ ତାଙ୍କର ପରିବାର ପୋଷଣ କରୁଥିବା ଦୋକାନରୁ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅତି ନିର୍ଦ୍ଦୟ ଭାବେ ତଡି ଦିଆଯାଇଛି । ରାସ୍ତା କଡରେ ବିଭିନ୍ନ ଦୋକାନ କରି ଯାହା କିଛି ରୋଜଗାର କରୁଥିଲେ, ପ୍ରଶାସନ ପ୍ରଦତ୍ତ ପେଲେସ ପଡିଆରେ ସେଭଳି ରୋଜଗାର ହେବ ବୋଲି କୌଣସି ଆଶା ନାହିଁ । ଏଭଳି ସ୍ତିତରେ ତାଙ୍କର ପରିବାର ର ଭରଣ ପୋଷଣ ଅନିଶ୍ଚିତତାର ଅନ୍ଧାର ଭିତରେ । ତେଣୁ ସମସ୍ତ ଉଠା ଦୋକାନିମାନେ ଯେଉଁଠି ଅଛନ୍ତି, ଜିଲ୍ଲା ପ୍ରଶାସନ ତାଙ୍କୁ ସେଇଠି ହିଁ ଥଇଥାନ କରନ୍ତୁ ବୋଲି ଉଠା ଦୋକାନି ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking