31.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗରାସ୍ତା ଅନ୍ଧକାର, ପ୍ରଶାସନ ନୀରବ!

ରାସ୍ତା ଅନ୍ଧକାର, ପ୍ରଶାସନ ନୀରବ!

ରାଉରକେଲା :  ସେକ୍ଟର-୨୨ କମ୍ୟୁନିଟି ସେଂଟର ପଛପାଖ ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁ ନଥିବାରୁ ଯିବା ଆସିବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ସାରନା ପୂଜାସ୍ଥଳ ନିକଟ ରାସ୍ତାରେ ଆଲୋକ ବ୍ୟବସ୍ଥା ନାହିଁ । ଫଳସ୍ୱରୂପ ସଂଜ ନଇଁଲେ ରାସ୍ତାରେ ଅନ୍ଧାର ରାଜୁତି କରୁଛି । ଏହା ଦ୍ୱାରା ସମୟ ସମୟରେ ଅସାମାଜିକ ତତ୍ୱଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସେହିପରି ଅନ୍ଧକାର ଯୋଗୁ ଏହି ରାସ୍ତାରେ ବୟସ୍କ ଲୋକ ମାନେ ଯିବାବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।  ଏଠାରେ ପ୍ରକାଶ ଥାଉକି, ଗତ କିଛି ମାସ ତଳେ ଅଜଣା ଦୁବୃର୍ତ ନିକଟ ସାରନା ପୂଜା ସ୍ଥଳ ପରିସରକୁ ପ୍ରବେଶ କରି ପୂଜାସ୍ଥଳରେ ଭଙ୍ଗା ରୁଜା କରିଥିଲେ । ସେହିପରି ଅନ୍ଧାରର ସୁଯୋଗ ନେଇ ସେହି ରାସ୍ତାରେ ବୁଲା କୁକୁର, ଷଣ୍ଢ, ସରିସୃପ ମାନଙ୍କ ଉତ୍ପାତ ବୃଦ୍ଧି ପାଇବା ସହ ରୋଡ଼ ରୋମିଓ ଓ ପ୍ରେମୀଯୁଗଳ ମାନେ ଆଡ୍ଡା ଜମାଉଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ଏହି ସମସ୍ୟା ପ୍ରତି  ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking