36.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗରାଉରକେଲା: ଗୃହିଣୀଙ୍କ ମାଣବାସ ଗୁରୁବାର ପୂଜା

ରାଉରକେଲା: ଗୃହିଣୀଙ୍କ ମାଣବାସ ଗୁରୁବାର ପୂଜା

ରାଉରକେଲା:  ରାଉରକେଲାର ପ୍ରତି ଓଡ଼ିଆଙ୍କ ଘରେ ଚାଳିଛି ମା’ ଲକ୍ଷ୍ମୀଙ୍କ ଉପାସନା ।  ଗୁରୁବାରରେ ଘରର ଅଗଣା, ପିଣ୍ଡା, ଦୁଆରରେ ଝଟକୁଛି ଧଳା ରଙ୍ଗର ଚିତା ଝୋଟି । ଅରୁଆ ଚାଉଳକୁ ଭଲ ଭାବରେ ପେଶି ଏହି ଚିତା ଝୋଟି ପ୍ରସ୍ତୁତ କରାଯାଇଥାଏ । ବିଭିନ୍ନ ପ୍ରକାର ପଦ୍ମଫୁଲ, ଲକ୍ଷ୍ମୀ ପାଦ ଓ ଅନ୍ୟ ଡିଜାଇନର ମନୋଲଭା ଝୋଟି ଘରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ମାର୍ଗଶୀର ମାସ  ପ୍ରତି ଗୁରୁବାର ଦିନ ସଧବା ଓଡ଼ିଆ ନାରୀ ମାନେ ଏହା ପାଳନ କରିଥାନ୍ତି । ମାଣବସା ଓଷାରେ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ । ପୂଜା ଘରକୁ ଧାନ ମେଂଟାରେ ସଜା ଯାଇଥାଏ । ଏହି ଓଷାରେ ଧାନମାଣ ବସାଇ ପୂଜା କରାଯାଉଥିବାରୁ ଏହାର ନାମ ମାଣବସା ଓଷା ରଖାଯାଇଛି । ମାର୍ଗଶୀର ମାସରେ ପ୍ରଥମ ଧାନ ଅମଳ ହୋଇଥାଏ । ଏହି ଧାନରେ ବେଣୀ ବନ୍ଧା ଯାଇ ମହାଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ । ମାଣବସା ଗୁରୁବାରର ପୂର୍ବ ରାତିରେ ଗୃହିଣୀ ମାନେ ଘରର ଲିପାପୋଷା କରି ଝୋଟି ଚିତା ଦେଇଥାନ୍ତି । ମା’ଲକ୍ଷ୍ମୀଙ୍କୁ ଖଟୁଲିରେ ଅବସ୍ଥାନ କରିବା ପରେ ବିଧି ଅନୁଯାୟୀ, ଫୁଲ, ବିଭିନ୍ନ ରକମର ଫଳ, ଚନ୍ଦନ, ଧୂପ, ଦୀପ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking