28.1 C
Bhubaneswar
Saturday, April 27, 2024
Homeପଶ୍ଚିମବଙ୍ଗ ନିର୍ବାଚନଭାଇରାଲ୍ ଅଡିଓକୁ ନେଇ ଇସିଙ୍କ ଦ୍ୱାରସ୍ଥ ହେଲେ ବିଜେପି ଓ ଟିଏମ୍‌ସି

ଭାଇରାଲ୍ ଅଡିଓକୁ ନେଇ ଇସିଙ୍କ ଦ୍ୱାରସ୍ଥ ହେଲେ ବିଜେପି ଓ ଟିଏମ୍‌ସି

କୋଲକାତା : ବିଜେପି ଏବଂ ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଦ୍ୱାରସ୍ଥ ହୋଇଛନ୍ତି । ମମତା ବାନାର୍ଜୀଙ୍କ ଲିକ୍ ହୋଇଥିବା ଅଡିଓ ଟେପ୍‌ର ତଦନ୍ତ ପାଇଁ ଉଭୟ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଶନିବାର ଦିନ ଆବେଦନ କରିଥିଲେ । ପଶ୍ଚିମବଙ୍ଗ ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ରୀୟ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌) ନିୟୋଜିତ ହୋଇଛନ୍ତି । ସିଆଇଏସ୍‌ଏଫ୍ ଯବାନଙ୍କ ଗୁଳିରେ ୪ ଜଣଙ୍କ ପ୍ରାଣହାନି ଘଟିବା ପରେ ଉତ୍ତେଜନା ଦେଖା ଦେଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଶୀତଳକୁଚି ଟିଏମ୍‌ସି ବିଧାୟକ ପ୍ରାର୍ଥୀ ପାର୍ଥ ପ୍ରତୀମ ରୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ରେକର୍ଡିଂ ଭାଇରାଲ ହୋଇଥିଲା । ଏହି ରେକର୍ଡିିଂରେ ଧର୍ମ ଆଧାରରେ ଭୋଟ ମାଗିବା ପାଇଁ ଉଭୟ ନେତା ଯୋଜନା କରୁଥିବା ସ୍ପଷ୍ଟ ହୋଇଥିଲା । ଏହି ରେକର୍ଡିଂକୁ ବିଜେପି ପକ୍ଷରୁ ଏକ ପ୍ରେସ୍‌ମିଟ୍‌ରେ ବଜା ଯାଇଥିଲା । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ ଏବଂ ସାଂସଦ ଲକେଟ୍ ଚାଟାର୍ଜୀଙ୍କ ପକ୍ଷରୁ ଏହି ପ୍ରେସ୍ ମିଟ୍ କରାଯାଇଥିଲା ।
ପ୍ରେସ୍‌ମିଟ୍ ଭାଇରାଲ୍‌କୁ ବିରୋଧ କରି ଟିଏମ୍‌ସି ପକ୍ଷରୁ ଯଶୱନ୍ତ ସିହ୍ନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଏହି ଦଳରେ ସାଂସଦ ଡେରେକ୍ ଓ ବ୍ରାଏନ୍ ଏବଂ ପୂଣ୍ଣେନ୍ଦୁ ବସୁ ପ୍ରମୁଖ ରହିଥିଲେ । ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ବିଜେପି ଯେଉଁଭଳି ଭାବରେ ଏକ ପ୍ରେସ୍‌ମିଟ୍‌ରେ ବଜାଇଥିଲା ତାହା ଗ୍ରହଣୀୟ ନୁହେଁ ବୋଲି ଯଶୱନ୍ତ ପ୍ରକାଶ କରିଛନ୍ତି । ଏହା ଉକ୍ତ ଦୁଇ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ଉଲ୍ଲଂଘନ କରିଛି ବୋଲି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ।
ଅପରପକ୍ଷରେ ବିଜେପି ପକ୍ଷରୁ ସ୍ୱପନ୍ ଦାସଗୁପ୍ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଏହି ଦଳରେ ଅଶ୍ୱିନୀ ବୈଷ୍ଣବ, ଶିଶିର ବଜୋରିଆ ଏବଂ ସୌମେନ୍ଦୁ ମୁଖାର୍ଜୀ ରହିଥିଲେ । ମମତା ନିୟମିତ ଭାବରେ ଧର୍ମ ଆଧାରରେ ଭୋଟ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ସହିତ ମମତାଙ୍କ ଦଳ ପକ୍ଷରୁ ହିଁ ଏହି ଭିଡିଓକୁ ଭାଇରାଲ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । କିଏ ଏବଂ କାହିଁକି ଏହି ଭିଡିଓ ଭାଇରାଲ କରିଛନ୍ତି ଏହାର ପୁୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking