38.1 C
Bhubaneswar
Tuesday, April 23, 2024
Homeପଶ୍ଚିମବଙ୍ଗ ନିର୍ବାଚନମମତା ବାନାର୍ଜୀ ମିଛ ଧର୍ମନିରପେକ୍ଷତା ପାଳନ କରୁଛନ୍ତି : ଅମିତ ଶାହ

ମମତା ବାନାର୍ଜୀ ମିଛ ଧର୍ମନିରପେକ୍ଷତା ପାଳନ କରୁଛନ୍ତି : ଅମିତ ଶାହ

ଚପରା : କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଶନିବାରକୁ କହିଛନ୍ତି ଯେ, ବିଜେପି ହେଉଛି ଏକ ମାତ୍ର ରାଜନୈତିକ ଦଳ ଯିଏ ଅଣପ୍ରବେଶକାରୀ ମାନଙ୍କ ରୋକି ପାରିବ ।  ତୃଣମୁଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ମିଛ ଧର୍ମନିରପେକ୍ଷ ର ପାଳନ କରୁଛନ୍ତି ।  ବିଜେପିର ବରିଷ୍ଠ ନେତା ଅମିତ ଶାହ ପଶ୍ଚିମବଙ୍ଗ ପୁର୍ବ ବର୍ଦ୍ଧମାନ ଜିଲ୍ଲାର ଅସମାନ ଓ ନଦିୟା ଠାରେ ଜନସଭାକୁ ସମ୍ବୋଧିତ କରି ତୃଣମୁଳ କଂଗ୍ରେସ ଉପରେ ଆରୋପ ଲଗାଇଛନ୍ତି ଯେ, ଅଣପ୍ରବେଶକାରୀ ମାନେ ଟିଏମସି ପାଇଁ ଭୋଟ ବ୍ୟାଙ୍କର କାର୍ଯ୍ୟ କରନ୍ତି ।

ଶାହ କହିଛନ୍ତି ଯେ, କଂଗ୍ରେସ, ବାମ ଦଳ ଓ ତୃଣମୁଳ କଂଗ୍ରେସ , ପଶ୍ଚିମବଙ୍ଗରେ ବିଜେପିକୁ ରୋକି ପାରିବେ ନାହିଁ । ବିଜେପି ଏକ ମାତ୍ର ଦଳ ଯିଏ ପଶ୍ଚିମବଙ୍ଗରେ ଅଣ ପ୍ରବେଶକାରୀ ମାନଙ୍କୁ ରୋକି ପାରିବ ।  ଦିଦି ନିଜର ମିଛ ଧର୍ମନିରପେକ୍ଷତାକୁ ନେଇ ଚିନ୍ତିତ ଅଛନ୍ତି ।

ଶାହା ଅଡିଓ କ୍ଲିପକୁ ସୂଚାଇ ଦେଇଛନ୍ତି ଯେଉଁଥିରେ କୁଚବିହାରଠାରେ ଗୁଳି ବିନିମୟରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ସହିତ ରାଲି କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପରାମର୍ଶ ଦେଇଛନ୍ତି । ଶାହା ଦାବି କରିଛନ୍ତି ଯେ ସେ ଶବ ଉପରେ ରାଜନୀତି କରୁଛନ୍ତି ।  ଶାହା କହିଛନ୍ତି ଯେ, ଏମାନଙ୍କୁ ଲଜ୍ଜିତ ଅନୁଭବ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking