40.1 C
Bhubaneswar
Thursday, April 25, 2024
Homeଅପରାଧଚାକିରି ପ୍ରଲୋଭନ ଦେଖାଇ ୪ ଲକ୍ଷ ଠକେଇ

ଚାକିରି ପ୍ରଲୋଭନ ଦେଖାଇ ୪ ଲକ୍ଷ ଠକେଇ

ପୁଣେ : ଚାକିରି ପ୍ରଲୋଭନ ଦେଖାଇ ପୁଣେର ଜଣେ ଯୁବକଙ୍କ ଠାରୁ ୪ ଲକ୍ଷ ଠକି ନେଇଛନ୍ତି ଦୁଇ ଅପରାଧୀ । ଜଣେ ୨୨ ବର୍ଷୀୟ କମର୍ସ ଗ୍ରାଜୁଏଟ୍‌ଙ୍କ ଅଭିଯୋଗ ଆଧାରରେ ମହାରାଷ୍ଟ୍ରର ହିଞ୍ଜେୱାଡି ପୋଲିସ୍ ରବିବାର ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହାରାଷ୍ଟ୍ର ସଚିବାଳୟ(ମନ୍ତ୍ରାଳୟ)ରେ ଚାକିରିର ପ୍ରଲୋଭନ ଦେଖାଇ ଦୁଇ ଅପରାଧୀ ଉକ୍ତ ଯୁବକଙ୍କ ନିକଟରୁ ୪.୭୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ମୁଲଶୀର ବାସିନ୍ଦା ୨୨ ବର୍ଷୀୟ ମହେଶ ରାଉତଙ୍କୁ ଚାକିରି ପ୍ରଲୋଭନ ଦେଖାଇ ୪.୭୫ ଲକ୍ଷର କଳାକନା ବୁଲାଇଥିଲେ ଦୁଇ ଯୁବକ । ମହେଶ ଚାକିରି ଖୋଜୁଥିବା ବେଳେ ମନ୍ତ୍ରାଳୟରେ ଚାକିରି କରାଇ ଦେବେ ବୋଲି ପ୍ରଲୋଭନ ଦେଖାଇ ଆମୋଲ ଭୋଇର(୨୪) ଏବଂ ତାଙ୍କ ସହଯୋଗୀ ଅର୍ଥ ଲୁଟି ନେଇଥିଲେ । ଚାକିରି ପ୍ରଲୋଭନରେ ରାଉତ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରିଥିଲେ । ଏହାପରେ ଏକ ନକଲି ଲେଟର ପ୍ୟାଡରେ ତାଙ୍କୁ ନିଯୁକ୍ତିପତ୍ର ମଧ୍ୟ ଦିଆଯାଇଥିଲା ।  ତେବେ ଅର୍ଥ ଟ୍ରାନ୍ସଫର ପରେ ନିଯୁକ୍ତି ବିଳମ୍ବିତ ହେବା ସହିତ ଅଭିଯୁକ୍ତ ଧରାଛୁଆଁ ନଦେବାରୁ ରାଉତ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ରାଉତଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହିତ ଆମୋଲ ଭୋହିରକୁ ଡାଙ୍ଗେଚୌକରୁ ଗିରଫ କରିଥିଲା । ମାମଲାର ତଦନ୍ତ ଜାରି ରହିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking