41.1 C
Bhubaneswar
Sunday, April 28, 2024
Homeସ୍ୱାସ୍ଥ୍ୟଓଜନ କମ୍ କରିବାରେ ସାହାଯ୍ୟ କରିବ ଦଉଡି ଡିଆଁ, ଆପଣାନ୍ତୁ ଏହି ଉପାୟ

ଓଜନ କମ୍ କରିବାରେ ସାହାଯ୍ୟ କରିବ ଦଉଡି ଡିଆଁ, ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଦଉଡି ଡିଆଁ ବହୁତ ସହଜ । ଏହି ସହଜ ଏବଂ ସରଳ ଏକ୍ସର୍ସାଇଜରେ ଆପଣ ସହଜରେ ଓଜନ କମ୍ କରିବାରେ ସଫଳ ହୋଇପାରିବେ । ତେବେ କିଛି ଲୋକ ଏହାକୁ ଭୁଲ୍ ଉପାୟରେ କରିବା ଯୋଗୁଁ ଭଲ ରେଜଲ୍ଟ ମିଳିନଥାଏ । ଯଦି ଆପଣ ପ୍ରତିଦିନ ଅଧଘଣ୍ଟା ଏହି ଏକ୍ସର୍ସାଇଜ୍ କରିବେ ତେବେ ୧୫ ଦିନ ଭିତରେ ଆପଣ ରେଜଲ୍ଟ ଦେଖିପାରିବେ । ଏହା ସହିତ ଆପଣଙ୍କୁ ନିଜ ଡାଏଟ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ।

ଓଜନ କମ୍ ହେବା ସହିତ ଦଉଡି ଡିଆଁ ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ଦୂର କରିବ । ଏଥିରେ ଆପଣଙ୍କ ବ୍ଲଡ ସର୍କୁଲେସନ ମଧ୍ୟ ଭଲ ରହିବ । ପ୍ରତିଦିନ ଆପଣ ୧୦ ମିନିଟ୍ ଏହି ଏକ୍ସର୍ସାଇଜ୍ ନିଶ୍ଚୟ କରିବା ଉଚିତ୍ । ଏମିତି କରିବା ଦ୍ୱାରା ଆପଣଙ୍କ ବିପି, ଡାଇବେଟିସ୍ ଭଳି ରୋଗ ହେବନି । କହିରଖୁଛୁ ଯେଉଁ ଲୋକମାନେ ଶ୍ୱାସ ସମସ୍ୟାରେ ଗତି କରୁଛନ୍ତି ଡାକ୍ତର ମଧ୍ୟ ସେମାନଙ୍କୁ ଦଉଡି ଡିଆଁ ପାଇଁ ପରାମର୍ଶ ଦେଇଥାନ୍ତି ।

ଦଉଡି ଡିଆଁ ଫଳରେ ହାଡ ମଜଭୁତ ହୋଇଥାଏ । ଏହାସହିତ ବିପି ମଧ୍ୟ ନର୍ମାଲ ରହିଥାଏ । ଏମିତି କରିବା ଦ୍ୱାରା ମନ ଶାନ୍ତ ରହିବା ସହିତ ଭଲ ଅନୁଭବ ମଧ୍ୟ ହୋଇଥାଏ । ତେବେ ଦଉଡି ଡିଆଁ ସମୟରେ ଖାଲି ପେଟରେ ଦଉଡି ଡେଇଁବା ଠିକ୍ ନୁହେଁ । ଏମିତି କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଖାଇବା ପରେ ମଧ୍ୟ ତୁରନ୍ତ ଦଉଡି ଡିଆଁ ଠିକ୍ ନୁହେଁ । ଆପଣ ଖାଇବାର ୧ ଘଣ୍ଟା ପରେ ଏକ୍ସର୍ସାଇଜ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking