31.1 C
Bhubaneswar
Tuesday, May 7, 2024
Homeଓଡିଶା୩୦ ଫୁଟ ଗଭୀର କୂଅରେ ଦୀର୍ଘ ସମୟ ଖସି ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ...

୩୦ ଫୁଟ ଗଭୀର କୂଅରେ ଦୀର୍ଘ ସମୟ ଖସି ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ମୟୂରଭଞ୍ଜ: କୂଅ ସଫା କରିବାକୁ ଓହ୍ଲାଇ ଶ୍ୱେତାଶୂନ୍ୟ ହେଲେ ଯୁବକ। ଘଟଣାସ୍ଥଳରେ ପହଞ୍ଚି ଜୀବନ ବଞ୍ଚାଇ ଦେଲେ ଅଗ୍ନିଶମ ବିଭାଗ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଳକ ଅଧୀନ ଝାଟିଅଡା ପଞ୍ଚାୟତ ଝାଟିଅଡା ଗ୍ରାମରେ ଦେଖିବାକୁ ମିଳିଛି। ଜଳ ସମସ୍ୟା ମେଣ୍ଟାଇବାକୁ ପରିତ୍ୟକ୍ତ କୂଅ ସଫା କରିବା ପାଇଁ ଓହ୍ଲାଇ ଥିଲେ ଜଗବନ୍ଧୁ ଲେଙ୍କା । କିନ୍ତୁ ହଠାତ ଗୋଡ ଖସଯିବାରୁ ଖସିପଡ଼ି କୂଅ ଭିତରେ ଅଣ୍ଟାଏ ପଙ୍କରେ ଦୀର୍ଘସମୟ ଧରି ଫଶି ରହିଥିଲେ। ପ୍ରାୟ ୩୦ ଫୁଟ ଗଭୀର କୂଅରେ ଅମ୍ଳଜାନ ଅଭାବରୁ ଅଣନିଶ୍ବାସି ହୋଇ ନିଶ୍ୱାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଦୁର୍ବଳ ହୋଇପଡିଥିଲେ। ସ୍ଥାନୀୟ ଲୋକେ ଏନେଇ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ଅଧିକାରୀ ଶ୍ରୀଧର ମହାଳିକଙ୍କ ନେତୃତ୍ୱରେ ତାଙ୍କର ଟିମ ବିଏଏସଏଇଟି ମାଧ୍ୟମରେ ଜୀବନ୍ତ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ସଠିକ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚିବା ଯୋଗୁଁ ଜୀବନଟି ବଞ୍ଚି ଯାଇଥିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଥିଲା । ଏହି ବିପଦପୂର୍ଣ୍ଣ ଉଦ୍ଧାର କାର‌୍ୟ୍ୟ ଆଗ୍ନିକ ପ୍ରିୟ ରଞ୍ଜନ ସାହୁ,ଅଜୟ କୁମାର ଦାସ, ବିଭୂତି ଭୂଷଣ ବେହେରା , ପ୍ରବୋଧ ପୃଷ୍ଟି, ଚାଳକ କରୁଣା କର ଘଡେଇଙ୍କ ଉଦ୍ୟମରେ ସଫଳ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking