31.1 C
Bhubaneswar
Tuesday, April 30, 2024
Homeଓଡିଶାତତଲା କଡ଼େଇରେ ସିଝିଲା ସାରା ଓଡ଼ିଶା

ତତଲା କଡ଼େଇରେ ସିଝିଲା ସାରା ଓଡ଼ିଶା

ଭୁବନେଶ୍ୱର: ପୁଣି ତତାଇଲା ତାତି । ତତଲା କଡ଼େଇରେ ସିଝିଲା ସାରା ଓଡ଼ିଶା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ଦିନ ସାଢ଼େ ୧୧ ସୁଦ୍ଧା ୩୬ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହ ପାଲଟିଥିଲା । ଚାନ୍ଦବାଲିର ତାପମାତ୍ରା ୩୬ ଦଶମିକ ୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଛି । ବାଲେଶ୍ୱରରେ ୩୭ ଦଶମିକ ୨ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୮ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଗୋପାଳପୁରରେ ୩୪.୬, କେନ୍ଦୁଝରରେ ତାପମାତ୍ରା ୩୪.୫ ଡିଗ୍ରୀ ରହିଛି । ଝାରସୁଗୁଡ଼ା, ରାଉରକେଲାରେ ୩୬ ଡିଗ୍ରୀ ଉପରେ ରହିଛି ତାପମାତ୍ରା ।

ସେପଟେ ଆସନ୍ତା ୫ ଦିନ ଭିତରେ ପୁଣି ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିଲା । ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି । ୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଟପିଯିବ ବୋଲି କୁହାଯାଇଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking