29.1 C
Bhubaneswar
Wednesday, May 1, 2024
Homeଓଡିଶାଆଜି ୧୩ ଜିଲ୍ଲାରେ ବର୍ଷିବ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଆଜି ୧୩ ଜିଲ୍ଲାରେ ବର୍ଷିବ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଆଜି ସମଗ୍ର ଉପକୂଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ‌ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୧୩ଟି ଜିଲ୍ଲାରେ ଝଡ଼ବର୍ଷା ହେବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ପଶ୍ଚିମା ଝଡ଼ର ପ୍ରଭାବ ୨୮ ତାରିଖ ଦିନ ମଧ୍ୟ ରହିବ।

ସେହିଦିନ ମଧ୍ୟ ଉପରୋକ୍ତ ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏହାପରେ ବି ରାଜ୍ୟ‌ର ଅଧିକାଂଶ ସ୍ଥାନରେ କାଳବୈଶାଖୀଜନିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆସନ୍ତା‌ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରବିବାର ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୮ ମିମି ବର୍ଷା ହୋଇଯାଇଛି। ଏଥିସହ ବଲାଙ୍ଗୀରରେ ୧୯.୮ ମିମି, ଦାରିଙ୍ଗବାଡ଼ିରେ ୧୨ ମିମି ଓ ବରଗଡ଼ରେ ୨.୪ ମିମି ବର୍ଷା ହୋଇଯାଇଛି। ଆଜି(ସୋମବାର) ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଝଡ଼ବର୍ଷା ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking