29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମା’....

ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମା’….

ବୁରହାନପୁର : କେମିତି ଏ ମା’ । ନିଜ ପିଲାଙ୍କୁ ଧରି ମରିବା ପାଇଁ କୂଅକୁ ଡେଇଁପଡିଲେ ମହିଳା । ତା’ ପୁଣି ଜଣେ ନୁହେଁ ୪ ଜଣ ପିଲାଙ୍କୁ ଧରି କୂଅକୁ ଡେଇଁପଡିଥିଲେ । ଆଉ ଜଣେ ପିଲା ଏବଂ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁଁ ୩୦ ବର୍ଷୀୟ ମହିଳା ଏପରି ପଦକ୍ଷେପ ନେଇଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ବୁରହାନପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୬୦ କିମି ଦୂର ବାଲନ୍ଦୀ ଗାଁରେ ଏଭଳି ଘଟଣା ଘଟିଛି ।

ମହିଳା ଜଣକ ସ୍ୱାମୀଙ୍କ ସହିତ ଝଗଡା କରିବା ପରେ କୂଅକୁ ଡେଇଁପଡିଥିବା ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେ ନିଜର ୪ ପିଲାଙ୍କୁ ଧରି କୂଅକୁ ଡେଇଁ ପଡିଥିଲେ । ରାଗରେ କୂଅକୁ ଡେଇଁ ପଡିଥିବା ମହିଳା ଜଣକ ଭୟଭୀତ ହୋଇ କୂଅରେ ଝୁଲିଥିବା ରଶିକୁ ଧରିଦେଇଥିଲେ । ଜଣେ ପିଲାକୁ ବଞ୍ଚାଇପାରିଥିବା ବେଳେ ଅନ୍ୟ ୩ ଜଣ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ମଧ୍ୟରେ ୧୮ ମାସର ପୁଅ, ୩ ବର୍ଷର ଝିଅ ଏବଂ ୫ ବର୍ଷର ଝିଅ ରହିଛନ୍ତି। ମହିଳା ଜଣକ ୭ ବର୍ଷର ଝିଅଙ୍କୁ ବଞ୍ଚାଇପାରିଛନ୍ତି । ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ । ସ୍ଥାନୀୟ ଏସପି ରାହୁଲ କୁମାର କହିଛନ୍ତି, କୂଅକୁ ଡେଇଁ ପଡିଥିବା ମହିଳା ଜଣକ ଘର ପାଖରେ ଥିବା କୂଅରେ ଡେଇଁ ପଡିଥିଲେ । ପୋଲିସ ଏହି ମାମଲାରେ କେସ୍‌ ଦାଏର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking