39.4 C
Bhubaneswar
Thursday, April 18, 2024
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ, ୫ ଆହତ

ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ, ୫ ଆହତ

ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଆସୁଥିବା “ପ୍ରଭା” ବସ୍ ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଚାନ୍ଦିପୋଷ ଖୁସବୁ ଢ଼ାବା ପାଖରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ରାଉରକେଲାର ବସ୍ ମାଲିକ ସତ୍ୟ ପ୍ରକାଶ ନାୟକଙ୍କ ସହ ଜଣେ ୧୨/୧୩ ବର୍ଷର ନାବାଳିକା ଅଛନ୍ତି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୫ ଗୁରୁତରଙ୍କୁ ଜୟ ପ୍ରକାଶ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ମୃତ ନାବାଳିକାଙ୍କ ମା ମଧ୍ୟ ଅଛନ୍ତି। ୨ ଜଣଙ୍କର ମୃତଦେହ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ପହଞ୍ଚିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking