29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ-ରାଜନାଥ

ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ-ରାଜନାଥ

ନୂଆଦିଲ୍ଲୀ: ଲୋକସଭାରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲଦାଖ ସ୍ଥିତି ସଂପର୍କରେ ଗୃହକୁ ଜଣାଇବା ସହିତ ଶାନ୍ତି ଚାହୁଁଛୁ ବୋଲି କହିଲେ । ଏଯାଏଁ ଚୀନ-ଭାରତ ସୀମା ବିବାଦ ସମାଧାନ ହୋଇନଥିବା ସ୍ପଷ୍ଟ କରିଛନ୍ତି । ଲଦାଖରେ ଆମ ସେନାଙ୍କ ମନୋବଳ ବୃଦ୍ଧି କରାଯାଇଛ, ସାହସ ଦିଆଯାଇଛି । ସୀମା ବିବାଦ ଜଟିଳ ପ୍ରସଙ୍ଗ; ଚୀନ ଲକ୍ଷ୍ୟକୁ ସାକାର ହେବାକୁ ଦେବୁନୁ । ଏପ୍ରିଲରେ ପୂର୍ବ ଲାଦାଖରେ ହଲଚଲ ସୃଷ୍ଟି କରିଥିଲା । ୧୫ ଜୁନରେ ଗଲଓାନରେ ସଂଘର୍ଷ ଘଟିଥିଲା , ଆମ ଯବାନ ଜବାବ ଦେଇଥିଲେ । ଚୀନ ଅଧ୍ଖଳ ସୈନ୍ୟ ନିୟୋଜିତ କରିଥିଲା । ହେଲେ ଲକ୍ଷ୍ୟ ଭଣ୍ଡୁର ହେଲା । ଏଲଏସିରେ ଚୀନର ଏକତରଫା ପଦକ୍ଷେପକୁ ଭାରତ ନାପସନ୍ଦ କରୁଛି । ଏଲଏସିରେ ଚୀନର ହିଂସ୍ର ଆଚରଣ ପୂର୍ବ ଶାନ୍ତି ଚୁକ୍ତିକୁ ଉଲ୍ଲଘଂନ କରୁଛି । ତେବେ ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଥିବା କହିଛନ୍ତି ରାଜନାଥ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking