28.1 C
Bhubaneswar
Saturday, April 27, 2024
Homeଓଡିଶାପାଣି ମୁନ୍ଦାଏ ପାଇଁ ନାମନଗଡ଼ବାସୀ ଡହଳବିକଳ

ପାଣି ମୁନ୍ଦାଏ ପାଇଁ ନାମନଗଡ଼ବାସୀ ଡହଳବିକଳ

ପାରଳାଖେମୁଣ୍ଡି  : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡ଼ ପଞ୍ଚାୟତ ସଦର ମହକୁମା ନାମନଗଡ଼ବାସୀ ଗତ ୧୦ ଦିନ ହେଲା ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି । ଗ୍ରାମରେ ୫ରୁ ଊର୍ଦ୍ଧ୍ୱ ନଳକୂପ ରହିଥିଲେ ମଧ୍ୟ ଏଥିରୁ ୩ଟି ଅଚଳାବସ୍ଥାରେ ପଡିରହିଛି । ଅନ୍ୟନଳକୂପ ଗୁଡାକରୁ  କଳଙ୍କିଯୁକ୍ତ ପାଣି ବାହାରୁଥିବାରୁ ଏହା ପିଇବା ପାଇଁ ଅନୁପଯୁକ୍ତ ।  ଏହାକୁ ଦୃଷ୍ଟିରେ ରଖି ବହୁ ବର୍ଷ ହେଲା ସୌରଚାଳିତ ମୋଟର ଲଗାଇ ଏକ ଓଭରହେଡ୍ ପାଣିଟାଙ୍କି ସ୍ଥାପନ କରାଯାଇଛି । ହେଲେ ଏହା ସୂର୍ଯ୍ୟାଲୋକ ଉପରେ ନିର୍ଭର କରୁଛି। ଗତ ୧୦ଦିନ ହେଲା ମେଘାଛନ୍ନ ରହୁଥିବାର ସୂର୍ଯ୍ୟାଲୋକ ପଡୁନାହିଁ । ଫଳରେ ଲୋକେ ୧୦ଦିନ ହେଲା ପାଣି ମୁନ୍ଦାଏ ପାଇପାରୁନାହାନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ପାଣିର ଅଭାବ ଦେଖାଦେଉଥିବା ଲୋକେ କହିଛନ୍ତି ।

ତେଣୁ ଲୋକେ ବାଧ୍ୟ ହୋଇ କଳଙ୍କଯୁକ୍ତ ପାଣି ପିଉଛନ୍ତି । ତାହା ବି ଅନେକ ଦୂର ଦୂରାନ୍ତକୁ ଯିବାକୁ ପଡୁଛି । କାର୍ଯ୍ୟକ୍ଷମ ନଳକୂପ ଗୁଡିକରେ ଭିଡ ଲାଗି ରହୁଛି । ଅନ୍ୟପକ୍ଷରେ ଗ୍ରାମର ଶେଷ ମୁଣ୍ଡରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ ଟାଙ୍କି ନିର୍ମାଣ କାର୍ଯ୍ୟ ଗତ ମାର୍ଚ୍ଚମାସରୁ ଚାଲୁରହିଛି । ଏହି କାର୍ଯ୍ୟ ଜୋର୍‌ସୋରରେ ନିର୍ମାଣ ହେଉଥିଲେ ହେଁ ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ବହୁ ମାସ ବିତିଯିବ । ଏହା କାର୍ଯ୍ୟକ୍ଷମ ହେବାବେଳକୁ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅନୁମାନ କରାଯାଉଛି ।

ତେଣୁ ଗ୍ରାମରେ ଥିବା ସୌରଚାଳିତ  ମୋଟରକୁ ସ୍ଥାନାନ୍ତର କରାଯାଇ ବିଦ୍ୟୁତ ଚାଳିତ ମୋଟର ସ୍ଥାପନ କଲେ ନିର୍ମାଣଧୀନ ଟାଙ୍କି ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅନ୍ତତଃ ପିଇବା ପାଣିର ଅସୁବିଧା ହେବ ନାହିଁ ବୋଲି ଗ୍ରାମର ବିନୋଦିନୀ ପାଇକ, ନିଳାଦ୍ରୀ ପାଇକ, ପାର୍ବତୀ ପାଇକ, ସୁଷମା ପାଇକ, କୌଳାସ ମହାଙ୍କୁଡ, ନରେନ୍ଦ୍ର ମହାଙ୍କୁଡ ପ୍ରମୁଖ କହିଛନ୍ତି । ନାମନଗଡ ସରପଞ୍ଚ ଇନାସ ଶବରଙ୍କୁ ପଚାରିବାରେ କହିଛନ୍ତି ଯେ, ଗ୍ରାମରେ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking