38.1 C
Bhubaneswar
Friday, April 26, 2024
Homeଓଡିଶାକେନ୍ଦ୍ରୀୟ ଭିଜିଲାନ୍ସ କମିସନର ଦୌଡ଼ରେ ଓଡ଼ିଆ ଆଇପିଏସ୍‌

କେନ୍ଦ୍ରୀୟ ଭିଜିଲାନ୍ସ କମିସନର ଦୌଡ଼ରେ ଓଡ଼ିଆ ଆଇପିଏସ୍‌

ଭୁବନେଶ୍ୱର : ଓଡ଼ିଆ ପୁଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଜଳଦ କୁମାର ତ୍ରିପାଠୀଙ୍କ ନାଁକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା । ସେ ପରବର୍ତ୍ତୀ କେନ୍ଦ୍ରୀୟ ଭିଜିଲାନ୍ସ କମିସନର(ସିଭିସି) ହେବା ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି । ବର୍ତ୍ତମାନ ତାମିଲନାଡ଼ୁର ପୁଲିସ ଡିଜି ଥିବା ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଥିବା ବେଳେ ସେ ଏହି ପଦବୀ ପାଇଁ ଆବେଦନ କରିଛନ୍ତି । ଶ୍ରୀ ତ୍ରିପାଠୀ ହେଉଛନ୍ତି୧୯୮୫ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ । ୩୦ ବର୍ଷ ଧରି ସେ ପୁଲିସ ବିଭାଗରେ କାର୍ଯ୍ୟ କରିଆସୁଥିବା ବେଳେ ତାମିଲନାଡ଼ୁରେ ତାଙ୍କର  ବେଶ୍ ସୁନାମ ରହିଛି । ସେ କ୍ରାଇମବ୍ରାଞ୍ଚ ସିଆଇଡି ଏବଂ ଅର୍ଥନୈତିକ ଅପରାଧ ଶାଖାରେ ମଧ୍ୟ ପୂର୍ବରୁ କାର୍ଯ୍ୟ କରିସାରିଛନ୍ତି ।

୨୦୧୨ର ଚର୍ଚ୍ଚିତ ଚେନ୍ନାଇ ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ସେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ । ଶ୍ରୀ ତ୍ରିପାଠୀ ହେଉଛନ୍ତି ଏକମାତ୍ର ଭାରତୀୟ ପୁଲିସ ଅଧିକାରୀ ଯାହାଙ୍କୁ କମନୱେଲ୍‌ଥ ଆସୋସିଏସନ୍‌, ସ୍କଟଲ୍ୟାଣ୍ଡ ତରଫରୁ ‘ଇନୋଭେସନ୍ ଇନ୍ ଗଭର୍ଣ୍ଣାନ୍ସ’ କ୍ଷେତ୍ରରେ ସମ୍ମାନଜନକ ସ୍ୱର୍ଣ୍ଣପଦକ ମିଳିଛି । ଏଥିସହ ସେ ୱାସିଂଟନରୁ ଆଇଏସିପି ପୁରସ୍କାର ମଧ୍ୟ ପାଇଛନ୍ତି । ନିଜର ସଫଳ କାର୍ଯ୍ୟକାଳ ପାଇଁ ସେ ୨୦୦୮ରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷତା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଜିତିଛନ୍ତି । ଶ୍ରୀ ତ୍ରିପାଠୀଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଭେଡ଼ା ଗ୍ରାମରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking