28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକାନ୍ଥ ଭୁଶୁଡ଼ି ୫ମୃତ, ୬ଗୁରୁତର

କାନ୍ଥ ଭୁଶୁଡ଼ି ୫ମୃତ, ୬ଗୁରୁତର

ଝାନସି: ଉତ୍ତରପ୍ରଦେଶର ଝାନସି ଠାରେ ଏକ ଅଘଟଣ ଘଟିଛି । ପଥର କ୍ରଶିଂ ସାଇଟରେ କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ତେବେ କୌଣସି ପିଲାର ସପୋର୍ଟ ନଥିବା କାନ୍ଥ ଉପରେ ଏହି ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ କାନ୍ଥ ଭୁଶୁଡ଼ି ଯିବାରୁ ଏହା ଶ୍ରମିକମାନଙ୍କ ଉପରେ ମାଡ଼ି ବସିଥିଲା । ଆହତମାନଙ୍କୁ ଝାନସିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ବରୁଆସାଗର ଥାନା ଅଧୀନରେ ଥିବା ପ୍ରାଟାପୁରା ଅଞ୍ଚଳରେ ଘଟିଥିବା ଜଣାପଡିଛି । ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଥିବା ଜଣାପଡିଛି । ଆହତମାନଙ୍କୁ ଝାନସିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଏ ଏଭଳି ସ୍ଥିତିରେ କାମ କରିବାକୁ ଅନୁମତି ଦେଇଥିଲା ଏବଂ ବର୍ତ୍ତମାନ କ’ଣ କାର‌୍ୟ୍ୟାନୁଷ୍ଠାନ ନିଆଯିବ ସେ ନେଇ ପ୍ରଶ୍ନ ଉଠିଛି । ତେବେ ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି କୁହାଯାଉଛି ।
https://onakhabar.com/2020/01/04/truck-hits-3-shops/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking