31.1 C
Bhubaneswar
Wednesday, May 8, 2024
Homeଅପରାଧପ୍ରେମିକାର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପ୍ରେମିକ

ପ୍ରେମିକାର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପ୍ରେମିକ

ବଲାଙ୍ଗିର : ପ୍ରେମ ବ୍ୟାପାରକୁ ନେଇ ଅନେକ ଅଭିଯୋଗ ଆସେ । କେତେବେଳେ ଏକ ତରଫା ପ୍ରେମକୁ ନେଇ ହତ୍ୟା, ଆତ୍ମହତ୍ୟା ହୋଇଥାଏ ତ କେତେବେଳେ ଏସିଡ ମାଡ । ତେବେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ । ମନ୍ଦିରରେ ବିବାହ କରିବାକୁ ଡାକି ଜଙ୍ଗଲକୁ ନେଇ ଛୁରୀରେ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ,ଗତକାଲି ସନ୍ଧ୍ୟାରେ ମନ୍ଦିରରେ ବିବାହ କରିବାକୁ ଡାକି ନେଇ ସିକେରପାଟ ଜଙ୍ଗଲକୁ ନେଇ ଛୁରୀରେ ତଣ୍ଟି କାଟି ଦେଇଥିଲା । ଗତ ଦେଢ ବର୍ଷ ତଳେ ଯୁବତୀଙ୍କୁ ଘରୁ ନେଇ ଫେରାର ହୋଇଯାଇଥିଲା ସ୍ଥାନୀୟ ତେନ୍ତୁଲିଖୁଣ୍ଟି ଗାଁର ଛବିଲ ଭୋଇ । ଉଭୟ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗାଁରେ ବିବାହ କରିବାକୁ କହି ଗତ ୧ ତାରିଖରେ ନିଜ ଗାଁ ତେନ୍ତୁଲିଖୁଣ୍ଟିକୁ ପ୍ରେମିକାକୁ ଆଣିଥିଲା ଛବିଲ । ପ୍ରେମିକାର ମୃତ୍ୟୁ ହୋଇଥିବା ଭାବି ପ୍ରେମିକ ଛବିଲ ଜଂଗଲରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ନିକଟ ଧନପୁର ଗାଁକୁ ଯାଇ ଲୋକଙ୍କୁ ସମସ୍ତ କଥା କହିଥିଲେ । ପୁଲିସକୁ ଖବର ଦେବାପରେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ମାମଲାରେ ଅଧିକ ତଦନ୍ତ କରୁଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking