28.1 C
Bhubaneswar
Saturday, April 27, 2024
Homeଅପରାଧଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ମାମଲାରେ ୯ ଗିରଫ

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ମାମଲାରେ ୯ ଗିରଫ

ଛତ୍ରପୁର : ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କୁ ଠାରୁ ଟଙ୍କା ଲୁଟ୍ ଘଟଣାର ଗଞ୍ଜାମ ପୁଲିସକୁ ବଡ ସଫଳତା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ୯ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ୪ ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ, ୧୦ଟି ଅଫୁଟା ଗୁଳି, ୪ଟି ଖୋକା, ଗୋଟିଏ ଖଣ୍ଡା, ୪ଟି ବାଇକ୍ ଓ ୧୬ଟି ମୋବାଇଲ ଜବତ କରିଛି । ଆଜି ଛତ୍ରପୁରସ୍ଥିତ ଗଞ୍ଜାମ ପୁଲିସ କାର୍ଯ୍ୟାଳୟ ଠାରେ ଏସପି ବ୍ରିଜେଶ କୁମାର ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏସପି କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଗତ ୨୦୧୯ରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଠାରୁ ଅର୍ଥ ଲୁଟ୍ ହୋଇଥିଲା । ୯ଜଣଙ୍କୁ ଗିରଫ କରାଯାଇଛି । ଏହାର ଅଧିକ ତଦନ୍ତ ଜାରି ରହିଛି । ଏତଦ୍‌ବ୍ୟତୀତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କବିସୂର୍ଯ୍ୟନଗର ଥାନା ଅର୍ଜ୍ଜୁନପଲ୍ଲୀ ଗ୍ରାମର ଯୋଗୀ ଗୌଡ, କବିସୂର୍ଯ୍ୟନଗରର ସୁନୀଲ ମହାନ୍ତି ଓ ସଞ୍ଜୟ ନାୟକ ପାଟପୁର ଥାନା ଏସ.ଗୋପାଳପୁରର ଅଶ୍ୱିନୀ ଗୌଡ, କବିସୂର୍ଯ୍ୟନଗର ଥାନା ବଡଆଗୁଳର ତନୁଜ ସ୍ୱାଇଁ ଓରଫ ତନ୍ମୟ, ପୁରୁଷୋତ୍ତମପୁର ଥାନାର ମନୋଜ ଗୌଡ, କନ୍ଧମାଳ ଜିଲ୍ଲା ଫୁଲବାଣୀର ଭରତ ପ୍ରଧାନ ଏବଂ ଜଣେ ନାବାଳକ ଅଛି । ଏହି ଲୁଟେରାମାନେ ନୟାଗଡ଼ ଜିଲ୍ଳାରୁ ଗୋଟିଏ ଗାଡି, ଆସିକା, ପୁରୁଷୋତ୍ତମପୁର, ଗାଙ୍ଗପୁର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ କୋଦଳା ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ପ୍ରାୟ ୨ଲକ୍ଷ ୭୫ହଜାର ଟଙ୍କା ଲୁଟ୍ କରିଛନ୍ତି । ଅଭିଯୁକ୍ତ ମନୋଜ, ଚୋରି ସାମଗ୍ରୀ ରଖିଥିବା ଭରତ, ସଞ୍ଜୟ ଓ ନାବାଳକ ଠାରୁ ସୂଚନା ପାଇ ଏହି ସମସ୍ତ ଥାନା ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ । ସୂଚନାଯୋଗ୍ୟ ଯେ, ଯୋଗୀ ଗୌଡ ପୂର୍ବରୁ ବିଭିନ୍ନ ମାମଲାରେ ଜେଲ ଯାଇ ଜାମିନରେ ଆସି ପୁଣି ଲୁଟ୍ କରୁଥିବା ଜଣାଯାଇଛି । ବୈଠକରେ ଏଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାସ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking