32.1 C
Bhubaneswar
Thursday, March 28, 2024
Homeଅପରାଧବ୍ୟବସାୟୀଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

ବ୍ୟବସାୟୀଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

ତିହିଡ: ତିହିଡ଼ି ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ଅମୃତପୁର ଗ୍ରାମର ଯୁବ ବ୍ୟବସାୟୀ ରତ୍ନାକର ଖୁଣ୍ଟିଆଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ନକରି ପୁଲିସ ଚୁପ୍ ରହିଥିବାରୁ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଶୁକ୍ରବାର ଅମୃତପୁର ଗ୍ରାମବାସୀ ତିହିଡ଼ି ଥାନା ଘେରାଉ କରିବା ସହ ତୁରନ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ରବିନାରାୟଣ ନାୟକ, ସରପଞ୍ଚଙ୍କ ପ୍ରତିନିଧି ସୁଦର୍ଶନ ବିଶ୍ୱାଳ, ସମିତିସଭ୍ୟଙ୍କ ପ୍ରତିନିଧି ମୁକ୍ତିକାନ୍ତ ନାୟକ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ, ମୃତ ଯୁବକଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଯୁବନେତା ତାପସ ରଞ୍ଜନ ନାୟକ ପ୍ରମୁଖଙ୍କ ସହ କେତେକ ଗ୍ରାମବାସୀ ଆଇଆଇସି ରମେଶ ଚନ୍ଦ୍ର ସିଂଙ୍କ ସହ ଏ ନେଇ ଆଲୋଚନା କରିଥିଲେ । ଘଟଣାର ତଦନ୍ତ ଚାଲିଛି ଓ ଆସନ୍ତା ୧୫ଦିନ ଭିତରେ ଅନ୍ୟ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶ୍ରୀ ସିଂ କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସୂଚନଯୋଗ୍ୟ ଯେ, ଯେ ଗତ ମାସ ୭ ତାରିଖରେ ରାତିରେ ଅମୃତପୁର ଗ୍ରାମର ଯୁବ ବ୍ୟବସାୟୀ ରତ୍ନାକର ଖୁଣ୍ଟିଆ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ । ୧୦ ତାରିଖ ରାତିରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ଓ ନନ୍ଦପୁର ମଧ୍ୟସ୍ଥଳରେ ଥିବା ଏକ ପରିତ୍ୟକ୍ତ ଘରୁ ପୋଲିସ ରତ୍ନାକରଙ୍କ ମୃତଦେହ ଉଦ୍ଧାର କରିଥିଲା । ରତ୍ନାକରଙ୍କ ବାଲ୍ୟବନ୍ଧୁ ଅମୃତପୁର ଗ୍ରାମର ଅଣବିନ୍ଦୁ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ୟବସାୟିକ ଅନ୍ତଦ୍ୱର୍ନ୍ଦ୍ୱକୁ ନେଇ ରତ୍ନାକରକୁ ହତ୍ୟା କରିଥିବା ପୁଲିସ ଆଗରେ ଅଭିଯୁକ୍ତ ସ୍ୱୀକାର କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking