28.1 C
Bhubaneswar
Saturday, April 27, 2024
Homeଓଡିଶାସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ଓ ରକ୍ତଦାନ ଶିବିର

ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ଓ ରକ୍ତଦାନ ଶିବିର

ନୟାଗଡ଼ : ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ଶୋଭାଯାତ୍ରା ଓ ରକ୍ତ ଦାନ ଶିବିରକୁ ମାନ୍ଯବର ଉଚ୍ଚଶିକ୍ଷା ଓ କ୍ରୁଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ମହାନଦୀ ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଶୋଭାଯାତ୍ରା ବିଦ୍ଯାଳୟ ପ୍ରାଙ୍ଗଣରୁ ବାହାରି ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ଯାଇ ବିଦ୍ଯାଳୟ ପ୍ରାଙ୍ଗଣକୁ ଫେରିଆସି ଥିଲା। ତାପରେ ଶିକ୍ଷାବିତ୍ ହରିହର ପାତ୍ର ଙ୍କ ଅଧ୍ଯକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ତଥା ସୁନାମଧନ୍ୟ ସଂଗୀତଜ୍ଞ ପ୍ରଶାନ୍ତ କୁମାର ଦାସ, ସମାଜସେବୀ ଅନାଦି ଚରଣ ମହାନ୍ତି ଯୋଗ ଦେଇ ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣା ବୋଲି ଆଲୋଚନା କରିଥିଲେ। ପ୍ରତିବର୍ଷ ଶୋଭାଯାତ୍ରାରେ ନୟାଗଡ଼ ଟାଉନ ଥାନାର ପୋଲିସ ବାହିନୀ ସହଯୋଗ କରୁଥିବାରୁ ସବ୍ଇନସ୍ପେକ୍ଟର ମନୋଜ କୁମାର ଜେନା ଓ ସୋଫିଆ ମିଶ୍ରଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ରଚିତ ପୁସ୍ତକ ଓ ଫୁଲତୋଡା ଦେଇ ସମ୍ମାନିତ କରାଯାଇ ଥିଲାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଓ ସମାଜସେବୀ ଦାମୋଦର ସାହୁଙ୍କୁ ମଧ୍ଯ ସମ୍ମାନିତ କରାଯାଇ ଥିଲା। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବିଦ୍ଯାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ର ବ୍ଯକ୍ତି ମାନେ ରକ୍ତ ଦାନ କରିଥିଲେ। ଭାରତ ବିକାଶ ପରିଷଦ, ନୟାଗଡ଼ଶାଖା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲା ବେଳେ ସନ୍ତୋଷ କୁମାର ନାୟକ, ଦୁର୍ଯ୍ୟୋଧନ ସାହୁ, ପ୍ରଫୁଲ୍ଲ କୁମାର ନାୟକ, ନବୀନ ଚନ୍ଦ୍ର ସାହୁ, ବିଜୟ କୁମାର ସାହୁ,ଶରତ କୁମାର ସାହୁ, ବିଦ୍ଯାଳୟର ଗୁରୁଜୀ ଗୁରୁମା ଓ ନୟାଗଡ଼ ଟାଉନ ଥାନାର ପୋଲିସ ବାହିନୀ ସହଯୋଗ କରିଥିଲେ। ପରିଶେଷରେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ସଚିବ ପ୍ରଦୀପ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking