34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ପହଞ୍ଚିଲା ଟିକା

ଭୁବନେଶ୍ୱରରେ ପହଞ୍ଚିଲା ଟିକା

ଭୁବନେଶ୍ୱର,(ଓଏନଏ): କରୋନା ଭଳି କାଳରେ ଆସିଛି ବଡ ଖୁସି ଖବର । ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଭୁବନେଶ୍ୱରରେ ଆସି ପହଂଚିଛି କରୋନା ଟିକା କୋଭିସିଲ୍ଡ । ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନ ଯୋଗେଁ ଟିକା ଆସି ପହଂଚିଥିବା ସୂଚନା ମିଳିଛି । ସେରମ ଇନଷ୍ଟିଚ୍ୟୁଟରୁ ଏହା ଆସିଥିବା ବେଳେ ଭୁବନେଶ୍ୱରରେ ୪୦ ହଜାର ୮ ଶହ ଡୋଜ୍ ଆସି ପହଂଚିଛି । ଏହା ଆସିବା ପରେ ଏବେ ତାକୁ ରାଜ୍ୟ ଟିକା କେନ୍ଦ୍ରରେ ଷ୍ଟୋର କରାଯିବ ବୋଲି ସୂଚନା ରହିଛି । ପ୍ରାୟ ୩ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରହିଛି । ୧୬ ତାରିଖରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ମଧ୍ୟ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଗଧାଡିର କରୋନା ଯୋଦ୍ଧା ଓ ପରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଦେଶର ଅନ୍ୟ ୧୨ ସହରକୁ ବିମାନରେ ଟିକା ପରିବହନ କରାଯାଇଛି । ଟିକା ପହଂଚିବା ପରେ ଏବେ ସମସ୍ତଙ୍କ ମଧ୍ୟରେ ଆଶ୍ୱସ୍ତି ରହିଛି । ଦୀର୍ଘ ୧୦ ମାସ ଅପେକ୍ଷା କରିବା ପରେ କରୋନା ଟିକା ଆସି ପହଂଚିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking