26.1 C
Bhubaneswar
Wednesday, May 8, 2024
Homeଓଡିଶାସୁକିନ୍ଦାରେ ଗ୍ରାମ ନ୍ୟାୟlଳୟ ପ୍ରତିଷ୍ଠା ଉତ୍ସବ

ସୁକିନ୍ଦାରେ ଗ୍ରାମ ନ୍ୟାୟlଳୟ ପ୍ରତିଷ୍ଠା ଉତ୍ସବ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଠାରେ ପୂର୍ବାହ୍ନରେ ଗ୍ରାମ ନ୍ୟାୟାଳୟ ଉଦଘାଟିତ ହୋଇଛି l ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ୍‌ ମୁରଲୀଧର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନକରି ଏକ ସମାବେଶରେ ଉଦବୋଧନ ଦେଇଥିଲେ l ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l
ଯାଜପୁର ଜିିଲ୍ଲା ଜଜ୍ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ସୁକିନ୍ଦା ଓକିଲ ସଂଘ ସଭାପତି ବିବେକାନନ୍ଦ ବୋଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମାନିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ଉତ୍ସବରେ ହାଇକୋର୍ଟ ପ୍ରଶାସନିକ ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ତୋଷ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଏସ୍‌ପି ଜୟରାମ ଶତପଥି, ନ୍ୟାୟାଳୟର ନବନିଯୁକ୍ତ ବିଚାରପତି ବିଜୟଲକ୍ଷ୍ମୀ ମହାପାତ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ବିଡିଓ ବିଶ୍ୱଜିତ ଦାସ, ସରକାରୀ ଓକିଲ ଚନ୍ଦ୍ରକାନ୍ତ ପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ,ସୁକିନ୍ଦା, ଯାଜପୁରରୋଡ, ଚଣ୍ଡିଖୋଲ ଓକିଲ ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟ, ବୁଦ୍ଧିଜୀବି,ସାମ୍ବାଦିକ ଜନପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking