30.1 C
Bhubaneswar
Monday, May 20, 2024
Homeଓଡିଶାସୁକିନ୍ଦା ଖଣି ଉପତ୍ୟକାର ଛାତ୍ରଛାତ୍ରୀଙ୍କ ପାଇଁ ବସସେବା ପୁନଃ ପ୍ରଚଳନ ହେବ : ସୁକିନ୍ଦା ବିଧାୟକ

ସୁକିନ୍ଦା ଖଣି ଉପତ୍ୟକାର ଛାତ୍ରଛାତ୍ରୀଙ୍କ ପାଇଁ ବସସେବା ପୁନଃ ପ୍ରଚଳନ ହେବ : ସୁକିନ୍ଦା ବିଧାୟକ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ଛାତ୍ରଛାତ୍ରୀମାନେ ବସର ସୁବିଧା ନଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବଂଚିତ ହେଉଥିଲେ l ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡେ଼ଇ ଏହି ସମସ୍ୟାର ଦୁରକରି ଛାତ୍ରଛାତ୍ରୀମାନଙ୍କ ମୁହଁରେ ହସ ଫୁଟାଇବ ପାଇଁ ବସ ସେବା ପ୍ରଚଳନ କରିଥିଲେ l କଲେଜ ଖୋଲିଲା ପରେ ବସ ସେବା ବନ୍ଦ ହୋଇ ଯାଇଥିଲା l

ସୁକିନ୍ଦା କଲେଜ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ବସ ସେବା, ଆସନ୍ତା 2ଦିନ ମଧ୍ୟରେ ପୂର୍ବପରି ଜାରି ରହିବ। ଛାତ୍ରଛାତ୍ରୀଙ୍କ ଠାରୁ ବସ ଚଳାଚଳ ବନ୍ଦ ହେବାର ଖବର ଶୁଣିବା ମାତ୍ରେ ସୁକିନ୍ଦା ଦୁଇଦିନ ମଧ୍ୟରେ ବସ ଚଳାଚଳକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ବିଧାୟକ। ଫଳରେ ଖଣି ଅଞ୍ଚଳର 8ଟି ପଞ୍ଚାୟତର ଛାତ୍ରଛାତ୍ରୀ ସୁକିନ୍ଦା କଲେଜକୁ ସୁବିଧାରେ ପହଞ୍ଚି ପାରିବେ। କୋଭିଡି କଟକଣା ଯୋଗୁ କଲେଜ ବସଟି ବନ୍ଦ ଥିଲା, ତାକୁ ପୁର୍ନବାର ଚଳାଇବାକୁ ସୁକିନ୍ଦା ବ୍ଲକ ଛାତ୍ର ବିଜେଡିର ସଭାପତି ରାଜେନ୍ଦ୍ର ମହାନ୍ତ, ଉପସଭାପତି ଜୟ ପ୍ରକାଶ ଚକ୍ର ଓ ସାଧାରଣ ସମ୍ପାଦକ ଯୁଧିଷ୍ଠିର ଦାସଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ କରିବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking