29.1 C
Bhubaneswar
Saturday, April 27, 2024
Homeଓଡିଶାଉପକୂଳ ଓଡିଶା ସମେତ କେନ୍ଦ୍ରାପଡାବାସୀଙ୍କ ଲାଇଫ୍‌ଲାଇନ୍ ହେବ କୋଷ୍ଟାଲ୍ ହାଇୱେ - ଧର୍ମେନ୍ଦ୍ର ପ୍ରଧାନ

ଉପକୂଳ ଓଡିଶା ସମେତ କେନ୍ଦ୍ରାପଡାବାସୀଙ୍କ ଲାଇଫ୍‌ଲାଇନ୍ ହେବ କୋଷ୍ଟାଲ୍ ହାଇୱେ – ଧର୍ମେନ୍ଦ୍ର ପ୍ରଧାନ

 ଖୁବ ଶୀଘ୍ର ହରିଦାସପୁର-ପାରାଦୀପ ଯାତ୍ରୀବାହୀ ଏବଂ ମାଲବାହୀ ରେଳଲାଇନର ଲୋକାର୍ପଣ
କରିବେ ପ୍ରଧାନମନ୍ତ୍ରୀ
 କେନ୍ଦ୍ରାପଡା ମହାକାଳପଡାରେ ନଦୀଭିତିକ ବନ୍ଦର ପ୍ରତିଷ୍ଠା ପାଇଁ ଖୁବ ଶୀଘ୍ର ହେବ ଏମଓୟୁ
 ପାରାଦୀପ ବନ୍ଦରରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ଦ୍ୱାରା ଲାଭବାନ ହେବେ କେନ୍ଦ୍ରାପଡାବାସୀ
 କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜିଉଙ୍କୁ ଦର୍ଶନ କଲେ
କେନ୍ଦ୍ରାପଡ଼ା, ଜାନୁଆରୀ ୨୪ – ଓଡ଼ିଶାର ଉପକୂଳବର୍ତୀ ଅଂଚଳରେ ପ୍ରାୟ ୯ ହଜାର କୋଟି ଟଙ୍କା
ବ୍ୟୟରେ ନିର୍ମାଣ ହେଉଥିବା ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପ ତଥା
କୋଷ୍ଟାଲ ହାଇୱେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ଲାଇଫଲାଇନ ହେବ ବୋଲି କେନ୍ଦ୍ରାପଡା
ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ ସାରିବା ପରେ ଏକ ପ୍ରେସମିଟ୍ ଜରିଆରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ନଦୀମୁହାଁଣ ଠାରେ ହେବାକୁ ଥିବା ମହାନଦୀ ବନ୍ଦର ପ୍ରକଳ୍ପ ଓ
ପାରାଦୀପ ବନ୍ଦରେର ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପର ନିର୍ମାଣ ଦ୍ୱାରା କେନ୍ଦ୍ରାପଡ଼ାବାସୀ ଅଧିକ ଲାଭ ପାଇବେ ।
ଏହାସହ ଖୁବ ଶୀଘ୍ର କେନ୍ଦ୍ରାପଡାରେ ହରିଦାସପୁର-ପାରାଦୀପ ଯାତ୍ରୀବାହୀ ଏବଂ ମାଲବାହୀ ଉଭୟ
ରେଳଲାଇନର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କରାଯିବ ଓ ଏହି ଭବ୍ୟ
କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ
ମଧ୍ୟ ସାମିଲ ହେବେ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ସରକାର ଓ ଭାରତ ସରକାର ମିଳିତ ଭାବରେ ଦୀଘା-ଗୋପାଳପୁର
ଉପକୂଳ ରାଜପଥ ପ୍ରକଳ୍ପକୁ ଆଗକୁ ନେବାର ଯୋଜନା କରୁଛନ୍ତି । ପୂର୍ବୋଦୟରେ ପୂର୍ବ ଭାରତର ବିକାଶକୁ
ପ୍ରଧାନମନ୍ତ୍ରୀ ପ୍ରଧାନ୍ୟ ଦେଉଛନ୍ତି । ଏହି କୋଷ୍ଟାଲ ହାଇୱେ ହେଲେ ଉପକୂଳ ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ,
କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଏହା ଲାଇଫଲାଇନ ସଦୃଶ ହେବ ହେବ ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରକନ୍ଧା ପଂଚାୟତର ଆଖଡ଼ାଶାଳି ଠାରେ
ମହାନଦୀର ଶାଖା ନଦୀରେ ଏକ ବନ୍ଦର ପ୍ରତିଷ୍ଠା ହେବ । ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ
ଏବଂ ପରୋକ୍ଷ ଭାବରେ ଅଧିକ ଲୋକ ନିଯୁକ୍ତି ପାଇବାର ଆକଳନ କରାଯାଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ
ହେଲେ ହରିଦାସପୁର ପାରାଦୀପ ରେଳ ଲାଇନ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ôଥକ ବିକାଶକୁ ଆହୁରି ତ୍ୱରାନ୍ୱିତ
କରିବ । ଏହି ପ୍ରକଳ୍ପ ପାଇଁ ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ନୀତିଗତ ଅନୁମୋଦନ
ହୋଇସାରିଥିବା ଖୁବ ଶୀଘ୍ର ଏମଓୟୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାରାଦୀପରେ
ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା”
ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି । ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା
ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ ।
ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ୱପୂର୍ଣ୍ଣ ଭୂମିକା
ନେବ । ପାରାଦୀପ ବନ୍ଦରରେ ଏହି ବିକାଶର କାମ ଖୁବ ଶୀଘ୍ର ଆରମ୍ଭ ହେବ । ପାରାଦୀପ ବନ୍ଦରକୁ ବଡ଼
ବଡ଼ ଜାହାଜ ଆସିବା ନେଇ ଯେଉଁ ସମସ୍ୟା ହେଉଥିଲା, ଏହା ଏହା ଦୂର ହେବ ଓ ବନ୍ଦରରେ ଶିଳ୍ପ
ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ । ଏହାସହ ଖୁବ ଶୀଘ୍ର କେନ୍ଦ୍ରାପଡାରେ
ଇସ୍ପାତ୍ କାରଖାନା ନିର୍ମାଣ ହେବାର ସମ୍ଭାବନା ତିଆରି ହୋଇପାରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହି କେନ୍ଦ୍ରାପଡା ଗସ୍ତକାଳରେ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜିଉ
ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ଜିଲ୍ଲାର ଶ୍ରୀବନ୍ତପୁର (ପାଳକଣା) ଠାରେ ଥିବା ମା’ ନିମ୍ବଦାରୁ ପୀଠରେ
ପ୍ରତ୍ୟକ୍ଷ ଦେବୀ ଠାକୁରାଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking