39.1 C
Bhubaneswar
Friday, April 26, 2024
HomeUncategorizedଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଉତ୍ତରାଖଣ୍ଡ ରାଜ୍ୟ ସରକାର

ଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଉତ୍ତରାଖଣ୍ଡ ରାଜ୍ୟ ସରକାର

ଉତ୍ତରାଖଣ୍ଡ : ଲକଡାଉନ ୫.୦ ବା ଅନଲକ -୧ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୋହଳ କରାଯାଇଛି । ସେହିପରି ଆସନ୍ତା ୮ ତାରିଖରୁ ଧାର୍ମିକ ସ୍ଥଳୀ ଖୋଲିବାକୁ କେନ୍ଦ୍ର ସରକାରଙ୍କ ନିୟମାବଳୀରେ ଅନୁମତି ଦିଆଯାଇଛି । ଏହି ଅନୁମତି ପାଇବା ପରେ ଉତ୍ତାଖଣ୍ଡ ରାଜ୍ୟ ସରକାର ରାଜ୍ୟରେ ପର୍ଯ୍ୟଟନ ତଥା ଧାର୍ମିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏବେ ରାଜ୍ୟ ସରକାର ଚାରି ଧାମ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ପ୍ରାରମ୍ଭରେ କେବଳ ରାଜ୍ୟବାସୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ରାଜ୍ୟମାନଙ୍କ ସହ କଥାବାର୍ତ୍ତା କରି ବାହ୍ୟ ଯାତ୍ରୀଙ୍କ ପାଇଁ ଏହି ଯାତ୍ରା ଆରମ୍ଭ ହେବ । ଅନ୍ୟ ରାଜ୍ୟରୁ ବସ୍ ଚଳାଚଳ ପାଇଁ ଅନୁମତି ପାଇବା ପରେ ଅନ୍ୟ ରାଜ୍ୟରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ଚାରିଧାମ ଯାତ୍ରା ଖୋଲାଯିବ । ସେପଟେ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି କେବଳ ଅନ୍ୟ ରାଜ୍ୟମାନଙ୍କ ସହ ଆଲୋଚନା ପରେ ନିଆଯିବ ବୋଲି କୁହାଯାଇଛି । କରୋନା ମହାମାରୀ ପାଇଁ ପ୍ରସିଦ୍ଧ ଧାମ ଗଙ୍ଗୋତ୍ରୀ , ଯମୁନୋତ୍ରି , କେଦାରନାଥ , ବଦ୍ରିନାଥ ଦ୍ୱାର ତୀର୍ଥଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ , ଉତ୍ତରାଖଣ୍ଡର ବଦ୍ରିନାଥ ଧାମର ଦ୍ୱାର ମଇ ମାସ ୧୫ ତାରିଖ ସକାଳେ ଖୋଲାଯାଇଥିଲା । କିନ୍ତୁ ତାଲାବନ୍ଦ ଚାଲିଥିବାରୁ ଏହି ସମୟରେ ବଦ୍ରିନାଥ ଧାମରେ କେହି ଉପସ୍ଥିତ ନଥିଲେ । ଗତବର୍ଷ ଦ୍ୱାର ଖୋଲିବା ପରେ ପ୍ରାୟ ୧୦୦୦୦ ଭକ୍ତ ପ୍ରଥମେ ମନ୍ଦିର ପରିଦର୍ଶନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking