28.1 C
Bhubaneswar
Thursday, March 28, 2024
Homeଓଡିଶାଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ

ଭୁବନେଶ୍ୱର: ଏବେ କରୋନାର କହର ଚାଲିଥିବା ବେଳେ ଏକ ଦୁଃଖଦ ଏବଂ ବଡ ଖବର ଆସିଛି । ଘାଟିରେ ଏକ ବରଯାତ୍ରୀ ଭ୍ୟାନ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତ ୨ ଜଣ ମହିଳା ବୋଲି ଜଣାପଡିଛି ।  କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ଗୁରୁମାଈଗୁଡ଼ା ଘାଟିରେ ଆଜି ଏକ ବରଯାତ୍ରୀ ଭ୍ୟାନ୍ ଓଲଟି ପଡ଼ିଛି ।  ଭ୍ୟାନଟି ବୋରିଗୁମ୍ମାରୁ ନବରଂଗପୁର ବରଯାତ୍ରୀ ଯାଉଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଛି । ଆହତ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଥିଲେ । ଫଳରେ ସେମାନଙ୍କୁ ଏବେ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ୧୬ ଜଣଙ୍କୁ ବୋରିଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଏହି ଭ୍ୟାନ୍‌ଟି ବୋରିଗୁମ୍ମାରୁ ବରଯାତ୍ରୀଙ୍କୁ ନେଇ ନବରଙ୍ଗପୁର ଯାଉଥିବାବେଳେ ଗୁରୁମାଈଗୁଡ଼ା ଘାଟିରେ ଦୁର୍ଘଟଣା ଘଟିଛି । ୫୦ରୁ ଅଧିକ ଲୋକ ଏହି ଭ୍ୟାନ୍‌ରେ ଥିଲେ। ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିଥିବା ଜଣାପଡ଼ିଛି । ଖବର ପାଇଁ ବିଂଶିପୁର ପୁଲିସ୍‌ ଏବଂ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
https://onakhabar.com/2020/06/03/all-dist-corona-positive-identified/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking