28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଖୁବ୍ ଶୀଘ୍ର ଫେରିବେ ମାଲ୍ୟା!

ଖୁବ୍ ଶୀଘ୍ର ଫେରିବେ ମାଲ୍ୟା!

ନୂଆଦିଲ୍ଲୀ : ଲଣ୍ଡନରୁ ଫେରି ପାରନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । କୌଣସି ବି ମୂହୂର୍ତ୍ତରେ ଭାରତ ଫେରି ପାରନ୍ତି ବିଜୟ ମାଲ୍ୟା । ପ୍ରତ୍ୟାର୍ପଣ ନେଇ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ରହିଛି । ମଇ ୧୪ ତାରିଖରେ ମାଲ୍ୟା ଭାରତ ସରକାରଙ୍କ ପ୍ରତ୍ୟାର୍ପଣକୁ ଚ୍ୟାଲେଞ୍ଜ କରି ଲଣ୍ଡନର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ ଏହି ପ୍ରସ୍ତାବକୁ କୋର୍ଟ ଖାରଚ କରିଦେଇଥିଲେ । ବର୍ତ୍ତମାନ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ସିବିଆଇର ଜଣେ ଅଧିକାରୀ କହିଛନ୍ତି, ମାଲ୍ୟା ଭାରତରେ ପହଞ୍ଚିବା ପରେ ଆମେ ତାଙ୍କୁ ପ୍ରଥମେ ରିମାଣ୍ଡରେ ନେବୁ । ପ୍ରତ୍ୟାର୍ପଣ କେସରେ ମଇ ମାସ ୧୪ ତାରିଖରେ ହାରିବା ପରେ ୨୮ ଦିନ ଭିତରେ ତାଙ୍କର ଭାରତ ଆସିବାର ନିୟମ ରହିଛି । ଏହାରି ଭିତରେ ୨୦ ଦିନ ବିତି ସାରିଛି । ତେଣୁ ଆଗାମୀ ୮ ଦିନ ଭିତରେ କୌଣସି ବି ମୂୂହୂର୍ତ୍ତରେ ମାଲ୍ୟା ଭାରତ ଫେରି ପାରନ୍ତି ।
ସୂଚନାଯୋଗ୍ୟ , ୨୦୧୬ ମସିହାରେ ପୂର୍ବତନ ସାଂସଦ ତଥା ମଦ ଓ ଏୟାର ଲାଇନ୍ସ ବ୍ୟବସାୟୀ ୯୦୦୦ କୋଟି ଟଙ୍କା ପରିଷୋଧ ନ କରି ଲଣ୍ଡନ ଫେରାର ହୋଇଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking