28.1 C
Bhubaneswar
Saturday, April 27, 2024
Homeଓଡିଶାସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ମରାମତି ଟଙ୍କା କାମରେ ଖିଲାପ କରିଥିବା ସଂସ୍ଥା ଦେଲା ଅର୍ଥ

ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ମରାମତି ଟଙ୍କା କାମରେ ଖିଲାପ କରିଥିବା ସଂସ୍ଥା ଦେଲା ଅର୍ଥ

ଭୁବନେଶ୍ୱର- ପାଣି ପାଇପ୍‍ ମରାମତି ଲାଗି ବାରମ୍ବାର ମୋ ସରକାର ଫୋନ୍‍ ନମ୍ବରକୁ ଅଭିଯୋଗ କରି ନିରାଶ ହେବା ପରେ
ନିଜ ହାତରୁ ୧୫୦୦ ଟଙ୍କା ବ୍ୟୟରେ ଏହାକୁ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ରଙ୍କୁ ତାଙ୍କ
ଟଙ୍କା ଫେରାଇ ଦିଆଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‍ଙ୍କ
ହସ୍ତକ୍ଷେପ ପରେ କାର୍ଯ୍ୟରେ ଅବହେଳା କରିଥିବା ସଂସ୍ଥା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅର୍ଥ ଦେଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଖୋର୍ଦ୍ଧାସ୍ଥିତ ଶ୍ରୀ ମହାପାତ୍ରଙ୍କ ଘରେ ପାଣି ପାଇପ୍‍ ସଂଯୋଗ ହୋଇଥିଲା । କିନ୍ତୁ
କାମରେ ଖଇଚା ଯୋଗୁ ଏହି ପାଇପ୍‍ରେ ପାଣି ଲିକ୍‍ ହୋଇଥିଲା । ଏହାକୁ ମରାମତି କରିବା ପାଇଁ ଶ୍ରୀ ମହାପାତ୍ର
ମୋ ସରକାର ଅଭିଯୋଗ ନମ୍ବରକୁ ବାରମ୍ବାର ଫୋନ୍‍ କରିଥିଲେ ମଧ୍ୟ କାମ କରିଥିବା କଣ୍ଟ୍ରାକ୍ଟର କିମ୍ବା ୱାଟ୍‍କୋ
କର୍ତ୍ତୃପକ୍ଷ କେହିହେଲେ କର୍ଣ୍ଣପାତ କରିନଥିଲେ । ତେଣୁ ଶ୍ରୀ ମହାପାତ୍ର ବାଧ୍ୟ ହୋଇ ଆଉ ଜଣେ ଘରୋଇ ମିସ୍ତ୍ରୀକୁ
୧୫୦୦ ଟଙ୍କା ଦେଇ ପାଣି ପାଇପ ମରାମତି କରିଥିଲେ । ତେବେ ଏଭଳି ଅଭିଯୋଗ ପ୍ରମୁଖ ସଚିବଙ୍କ ଦୃଷ୍ଟିକୁ
ଆସିବା ପରେ ସେ ତୁରନ୍ତ ଏହାର ତଦନ୍ତ କରାଇଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ ଶ୍ରୀ ମହାପାତ୍ରଙ୍କ ଘରେ କାମ
କରିଥିବା ନରଟେକ ନାମକ ସଂସ୍ଥା ଏଭଳି ଖଇଚା କାର୍ଯ୍ୟ କରିଛି । ଫଳରେ ବାଧ୍ୟ ହୋଇ ହିତାଧିକାରୀ ଜଣକ ନିଜ
ଅର୍ଥରେ ଏହାକୁ ମରାମତି କରିଛନ୍ତି । ଏହି କାମରେ ସହକାରୀ ପରିଚାଳକ ଠିକଣା ଭାବେ ଅନୁଧ୍ୟାନ କରିନଥିବା
ଦୃଷ୍ଟିକୁ ଆସିଥିଲା । ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶକ୍ରମେ ୱାଟକୋ ଡିଭିଜନ-୨ର ସାଧାରଣ ପରିଚାଳକ ସମ୍ପୃକ୍ତ ବ୍ୟକ୍ତିଙ୍କ
ଘରେ ପହଞ୍ଚିବା ସହିତ ସେ ଖର୍ଚ୍ଚ କରିଥିବା ୧୫୦୦ ଟଙ୍କା ପୈଠ ଲାଗି ନରଟେକ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।
କାର୍ଯ୍ୟ ତଦାରଖରେ ଅବହେଳା କରିଥିବା ଅଧିକାରୀମାନଙ୍କୁ ଚେତାବନୀ ଦେବା ଲାଗି ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ
ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking