37.1 C
Bhubaneswar
Thursday, March 28, 2024
Homeଓଡିଶାଯାଜପୁର ଜିଲ୍ଲା ମୋବାଇଲ ରିଟେଲର୍ ଆସୋସିଏସନର ବନ୍ଧୁ ମିଳନ

ଯାଜପୁର ଜିଲ୍ଲା ମୋବାଇଲ ରିଟେଲର୍ ଆସୋସିଏସନର ବନ୍ଧୁ ମିଳନ

ଯାଜପୁର–ଯାଜପୁର ଜଲ୍ଲାରେ ଥିବା ମୋବାଇଲ ରିଟେଲର୍ ଦୋକାନୀମାନଙ୍କର ଯାଜପୁର ଟାଉନ୍‌ର ରଘୁନାଥପୁର ଖେଳ ପଡ଼ିଆରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ରାଜ୍ୟ ଏମ୍‌୍‌ରା ଗ୍ରୁପ୍‌ର ଓଡ଼ିଶା ମୁଖ୍ୟ ମଦନ ମୋହନ ଅଗ୍ରୱାଲ ଓ ତାଙ୍କ ସାଙ୍ଗରେ ଥିବା ରାମଚନ୍ଦ୍ର ଦାସ ଓ ସଂଜୟ ଭାଇ ଯୋଗ ଦେଇଥିଲେ । ମଦନ ଭାଇ ଦୋକାନୀ ମାନଙ୍କର କିପରି ଅଧିକ ଲାଭ ହେବ ଓ ଅଧିକ ସୁବିଧା ପାଇବେ ଏବଂ ସେମାନଙ୍କର ଅସୁବିଧା ଗୁଡ଼ିକର ଦୁର କରିବାର ବିସ୍ତୃତ ଭାବେ ଅଲୋଚନା କରିଥିଲେ । ଗତ ଜାନୁଆରୀ ମାସରେ ଦିଲ୍ଲୀ ରାମଲିଳା ମଇଦାନରେ ଅନଲାଇନ୍‌ରେ ମୋବାଇଲ୍ କଂପାନୀମାନେ ମୋବାଇଲ ଦର କାଟି ବିକି ଦେଉଥିବାରୁ ତା’ର ପ୍ରତିବାଦରେ ଅଲ୍ ଇଣ୍ଡିଆରୁ ୩୦ହଜାରୁ ଉର୍ଦ୍ଧ୍ୱ ମୋବାଇଲ ଦୋକାନୀ ଅନ୍‌ଲାଇନ ବିକ୍ରିକୁ ପ୍ରତିବାଦ କରି ମଇଦାନରେ ଯୋଗଦେଇଥିଲେ । ଏତେ ଲୋକ ରାମଲୀଳା ମଇଦାନ ସଭାରେ ଯୋଗ ଦେଇଥିବାରୁ ଏହି ସଭାର ପ୍ରଭାବ ସରକାରଙ୍କ ଉପରେ ପଡିଥିଲା । ଅନଲାଇନ ଏବଂ ଦୋକାନରେ ମିଳୁଥିବା ମୋବାଇଲ ଦାମ୍ ସମାନ ହୋଇପାରିଥିଲା । ତେଣୁ ଏକତା ହିଁ ବଳ ବୋଲି ଏହି ଦୃଷ୍ଟାନ୍ତ ଦେଇ ମଦନ ଭାଇ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେହିପରି ଏମ୍‌ରାର ସଭ୍ୟ ରାମଚନ୍ଦ୍ର ଦାସ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମ୍ଭେମାନେ ସଂଘବଦ୍ଧ ହୋଇ ରହିଲେ ଆମ୍ଭମାନଙ୍କର ସୁବିଧା ଓ ଅସୁବିଧା ରାଜ୍ୟ ସଂଘ ଏମ୍‌ରା ବୁଝିବ । ଶେଷରେ ଯାଜପୁର ଜିଲ୍ଲାର ଏସ୍‌କେ କାଦିର ଓ ଗୌରହରି ଦାସ ତାଙ୍କ ଅଭିଭାଷଣ ରଖିଥିବା ବେଳେ ଭୁବନେଶ୍ୱରର ମୋବାଇଲ ରିଟେଲର୍ ଆସୋସିଏସନ୍‌ର ସଂଜୟ ଭାଇ କହିଥିଲେ ଯେ ନୂତନ ସଭ୍ୟ ବଢ଼ାଇବା ପାଇଁ ମତାମତ ଦେଇଥିଲେ । ଏହି ଉତ୍ସବରେ ଚଣ୍ଡିଖୋଲରୁ ବନମାଳି ବାବୁ ନେତୃତ୍ୱ ନେଇ ଏଠାରେ ଥିବା ଲୋକମାନଙ୍କ ମନରେ ଆନନ୍ଦର ଲହରି ଖେଳାଇ ଦେଇଥିଲେ । ସଭା ଶେଷରେ ଯାଜପୁର ଟାଉନ୍‌, ଯାଜପୁର ରୋଡ଼ ଓ ଚଣ୍ଡିଖୋଲ ଦୋକାନୀ ଭାଇ ଏବଂ କଂପାନୀରେ ଥିବା ପ୍ରମୋଟର ଭାଇମାନଙ୍କ ମଧ୍ୟରେ ଏକ କ୍ରିକେଟ ଖେଳର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ୭୦ରୁ ଅଧିକ ମୋବାଇଲ ଦୋକାନୀ ଭାଇମାନେ ଯୋଗଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking