27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶତାଲିବାନର ସ୍ୱୀକୃତି ପ୍ରସଙ୍ଗରେ ଜାତିସଂଘର ମତ : ମହିଳାଙ୍କ ଅଧିକାର ସୁରକ୍ଷିତ ରଖିବା ଜରୁରୀ

ତାଲିବାନର ସ୍ୱୀକୃତି ପ୍ରସଙ୍ଗରେ ଜାତିସଂଘର ମତ : ମହିଳାଙ୍କ ଅଧିକାର ସୁରକ୍ଷିତ ରଖିବା ଜରୁରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଶ୍ୱ ସମୁୁଦାୟ ଏହାକୁ ସ୍ୱୀକୃତି ଦେଇନାହାନ୍ତି। ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଜାତିସଂଘ ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକ ମହମ୍ମଦ ନାସିରି କହିଛନ୍ତି ଯେ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ତାଲିବାନ ଯେପର୍ଯ୍ୟନ୍ତ ସୁରକ୍ଷିତ ନକରିଛି, ସେପର୍ଯ୍ୟନ୍ତ ଆନ୍ତର୍ଜାତିକ ସମୁଦାୟ ନିକଟରୁ ସ୍ୱୀକୃତି ମିଳିବା ଅସମ୍ଭବ । ମୌଳିକ ଚିନ୍ତାଧାରା ଦ୍ୱାରା ପରିଚାଳିତ ତାଲିବାନ ନେତୃବୃନ୍ଦଙ୍କୁ ସେମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସେ କହିଛନ୍ତି ।

ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାହାର ପରେ ବର୍ତ୍ତମାନ ଆଫଗାନିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛିି । ଯଦିଓ ତାଲିବାନ ପକ୍ଷରୁ ନୂତନ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି, ତେବେ ସେଠାକାର ଅଧିକାଂଶ ନାଗରିକ ଏହାକୁ ଗ୍ରହଣ କରିବାକୁ ନାରାଜ ଥିବା ଜଣାପଡିଛି । ଏଥିପାଇଁ ରାଜଧାନୀ କାବୁଲ ସମେତ ଆଫଗାନିସ୍ତାନର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶିତ ହେଉଛି । ଏହାକୁ ଦମନ କରିବାକୁ ତାଲିବାନ ଆତଙ୍କବାଦୀ ବଳପ୍ରୟୋଗ କରିବା ସହ କେତେକ କ୍ଷେତ୍ରରେ ଗୁଳିଚାଳନା ମଧ୍ୟ କରୁଛନ୍ତି ।

ଏହାର ମୁଖ୍ୟ କାରଣ ହେଉଛି ତାଲିବାନ ପକ୍ଷରୁ ମହିଳାଙ୍କ ଉପରେ ଅତ୍ୟଧିକ କଟକଣା ଲାଗୁ କରାଯାଉଛି । ସେମାନଙ୍କର ପୋଷାକ ପରିଧାନ, ଶିକ୍ଷା, ଚାଲିଚଳଣ ଉପରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ଏକପ୍ରକାର କହିବାକୁ ଗଲେ ଆଫଗାନ ମହିଳା ନିଜକୁ ଆଦୌ ସୁରକ୍ଷିତ ମଣୁନାହାନ୍ତି । ତେଣୁ ଯେପର୍ଯ୍ୟନ୍ତ ସେଠାରେ ମହିଳାଙ୍କୁ ନ୍ୟାର୍ଯ୍ୟ ଅଧିକାର ନମିଳିଛି, ସେପର୍ଯ୍ୟନ୍ତ ତାଲିବାନକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିନପାରେ ବୋଲି ନାସିରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking