30.1 C
Bhubaneswar
Friday, April 26, 2024
Homeକରୋନାକୋଭିଡ୍ ଟିକା ନେବା ପରେ ମୃତ୍ୟୁର ସମ୍ଭାବନା ୯୬.୬% ହ୍ରାସ ପାଇଥାଏ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କୋଭିଡ୍ ଟିକା ନେବା ପରେ ମୃତ୍ୟୁର ସମ୍ଭାବନା ୯୬.୬% ହ୍ରାସ ପାଇଥାଏ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଳୀ: କୋଭିଡ୍ ଟିକାର ଗୋଟିଏ ଡୋଜ୍ ନେବା ପରେ ମୃତ୍ୟୁର ସମ୍ଭାବନା ୯୬.୬% ହ୍ରାସ ପାଇଥାଏ । ଅପରପକ୍ଷରେ ଟିକାର ଦ୍ୱିତୀୟ ଡୋଜ୍ ନେଲାପରେ ଏହି ଆଶଙ୍କା ୯୭.୫% ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଉପଲବ୍‌ଧ ତଥ୍ୟ ବିଶ୍ଳେଷଣ ଆଧାରରେ ଏହା ସାମ୍ନାକୁ ଆସିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ଅପରପକ୍ଷରେ ଦ୍ୱିତୀୟ ଲହର ସମୟରେ ଅର୍ଥାତ୍ ଏପ୍ରିଲ୍‌-ମେ ଅବଧିରେ ଜୀବନ ହରାଇଥିବା ଅଧିକାଂଶ ଲୋକ ଟିକାର ଗୋଟିଏ ଡୋଜ୍ ମଧ୍ୟ ନେଇନଥିଲେ ବୋଲି ନିତି ଆୟୋଗର ସ୍ୱାସ୍ଥ୍ୟ ବିଭାଗୀୟ ସଦସ୍ୟ ଡାକ୍ତର ଭି କେ ପାଲ୍ କହିଛନ୍ତି । ଟିକାକରଣ କୋଭିଡ୍ ମହାମାରୀ ବିରୋଧରେ ଏକ ପ୍ରମୁଖ ଅସ୍ତ୍ର ।

ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଟିକା ମହଜୁଦ୍ ରହିଛି । ସରକାର ଦେଶର ସମସ୍ତ ନାଗରିକଙ୍କୁ ଉଚିତ୍ ସମୟରେ ଟିକା ନେବା ପାଇଁ ଆହ୍ୱାନ କରୁଛନ୍ତି । ସରକାର ଶିଶୁମାନଙ୍କ ଟିକାକରଣ ମାମଲା ନେଇ ଗମ୍ଭୀର ଅଛନ୍ତି । ଏ ନେଇ ଜୋରଦାର ପ୍ରସ୍ତୁତି ଜାରିରହିଛି । ସରକାର ଶିକ୍ଷକ ତଥା କର୍ମଚାରୀମାନଙ୍କ ପାଇଁ ଟିକା ଅନିବାର୍ଯ୍ୟ କରିଛନ୍ତି । ବିଦ୍ୟାଳୟ ଖୋଲିବା ନେଇ ସରକାର ଶିଶୁମାନଙ୍କ ଟିକାକରଣ ଜନିତ କୌଣସି ସର୍ତ୍ତ ରଖିନାହାନ୍ତି । ଦେଶରେ ଟିକାକରଣ ସଂଖ୍ୟା ୭୨ କୋଟି ପାର୍ କରିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୫୮% ପ୍ରଥମ ଡୋଜ୍ ଦିଆସରିଛି । ଏହାକୁ ଶତପ୍ରତିଶତ କରିବା ଜରୁରୀ ବୋଲି ସେ କହିଛନ୍ତି ।

ହର୍ଡ ଇମ୍ୟୁନିଟି ପାଇଁ ଏହା ଆବଶ୍ୟକ । ଅପରପକ୍ଷରେ ଦେଶରେ ଦ୍ୱିତୀୟ ଲହର ଶେଷ ହୋଇନାହିଁ । ପାର୍ବଣ ଋତୁର ପ୍ରାରମ୍ଭରୁ ହିଁ ସତର୍କତାର ସହିତ ରହିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚେତାବନୀ ଦେଇଛନ୍ତି । ଦେଶରେ ଟିକାକରଣ ଦ୍ରୁତଗତିରେ ଜାରିରହିଛି । ମେ’ରେ ଦୈନିକ ହାରାହାରି ୨୦ ଲକ୍ଷ ଟିକାକରଣ ହେଉଥିବା ବେଳେ ସେପ୍ଟେମ୍ବରରେ ଏହା ୭୮ ଲକ୍ଷକୁ ବୃଦ୍ଧି ପାଇଛି । କେରଳ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ଗତ ସପ୍ତାହରେ ଦେଶର ମୋଟ୍ ସଂକ୍ରମିତଙ୍କ ୬୧% କେରଳରୁ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି । କରୋନା ମହାମାରୀର ପ୍ରଥମ ଲହରରେ ମାମଲା ହ୍ରାସର ହାର ୫୦% ଥିଲା ଯାହା ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଦେଶର ୩୮ଟି ଜିଲ୍ଲାରେ ଏବେ ବି ଦୈନିକ ୧୦୦ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking