32.1 C
Bhubaneswar
Friday, April 26, 2024
Homeଓଡିଶାନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି...

ନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକ

ବାଲେଶ୍ୱର: ନିର୍ଯାତନା ଦେଉଥିଲେ ସେବାଶ୍ରମ ମାଲିକ । ଖାଇବାକୁ ଠିକ୍ ଭାବେ ଦେଉ ନ ଥିଲେ । ଏପରିକି ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା ମଧ୍ୟ କରିବାକୁ ବି କହୁଥିଲେ । ଶେଷରେ ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି ପଳାଇ ଆସିଥିଲେ । ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରୁ ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ନାବାଳକ ଦ୍ୱୟ ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ରହୁଥିଲେ । ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯିବା ସହିତ ବିଭିନ୍ନ କାମରେ ଲଗାଯାଉଥିଲା ବୋଲି ଅଭିଯୋଗ ହୋଇଛି । ଫଳରେ ଭୟରେ ନାବାଳକ ଦ୍ୱୟ ସେଠାରୁ ଲୁଚି ପଳାଇ ଆସିଥିଲେ । ସୂଚନା ଅନୁଯାୟୀ, ରାତି ଅଧରେ ନାବାଳକ ଦ୍ୱୟ ଚାଲି ଚାଲି ୧୦ କି.ମି. ଯାଏ ଯାଇଥିଲେ । ୧୦ କି.ମି ଯିବା ପରେ ଗୋପାଳପୁର ବଜାରରେ ଥିବା ବଜାର କମିଟି ଓ ଗୋପାଳପୁର ଫାଣ୍ଡିର କର୍ମଚାରୀ ସେମାନଙ୍କୁ ଅଟକାଇ ସବୁକଥା ପଚାରି ଥିଲେ । ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଜଣକଙ୍କ ଘର ରାଉଳିଆ ଗାଁରେ ଓ ଅନ୍ୟ ଜଣକ ଘର କପ୍ତିପଦା ଗାଁରେ । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking