30.1 C
Bhubaneswar
Wednesday, April 24, 2024
Homeଓଡିଶାଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ମାରଣାନ୍ତକ ଆକ୍ରମଣ

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ମାରଣାନ୍ତକ ଆକ୍ରମଣ

ମୟୂରଭଞ୍ଜ- ବଣପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଅନ୍ଧବିଶ୍ୱାସ। ପୁଣି ଡାହାଣୀ ସନ୍ଦେହରେ ଜନୈକା ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଟିନ୍ଦ୍ରା ଗ୍ରାମର ଢ଼ିପାସାହିରେ ।

ସୂଚନା ଅନୁଯାୟୀ, ଗତ ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ ଟିନ୍ଦ୍ରା ଗ୍ରାମର ବର୍ଜୁ ତିରିଆଙ୍କର ଦୁଇ ସନ୍ତାନଙ୍କର ଗୋଟିଏ ଦିନ ବ୍ୟବଧାନରେ ମୃତ୍ୟୁ ହୋଇଥିଲା । ତେବେ ସେହି ଗାଁ ର ପାଲ ସିଂଙ୍କୁ ନାମକ ଜନୈକା ବୃଦ୍ଧା ଡାହାଣୀ ବିଦ୍ୟା ପ୍ରୟୋଗ କରି ଦୁଇ ସନ୍ତାନଙ୍କୁ ନଷ୍ଟ କରିଦେଇଥିବା ନେଇ ବର୍ଜୁ ମନରେ ସନ୍ଦେହ ହୋଇଥିଲା । ତେବେ ଅଙ୍କୁରା ସିଂଙ୍କୁ ଓ ତାଙ୍କ ସ୍ତ୍ରୀ ପାଲ ସିଂଙ୍କୁ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍ ବର୍ଜୁ ଏକ ଧାରୁଆଖଣ୍ଡା ସାହାଯ୍ୟରେ ପାଲ ଉପରକୁ ଅତର୍କିତ ଆକ୍ରମଣ କରି ସେଠାରୁ ଖସି ପଳାଇ ଯାଇଥିଲା। ଅତର୍କିତ ଆକ୍ରମଣରେ ପାଲ ରକ୍ତାକ୍ତ ହୋଇ ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ପରିବାର ପକ୍ଷରୁ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣା ସମ୍ପର୍କରେ ଖବରପାଇ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ବର୍ଜୁ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking