38.1 C
Bhubaneswar
Saturday, April 20, 2024
Homeଓଡିଶାବଣ୍ଡା ଘାଟିରେ ବ୍ୟାପିଛୁ ଅଜଣାରୋଗ: ଦୀର୍ଘ ଦିନ ହେବ ଲୋକେ ଜ୍ୱର ଓ ଝାଡା ବାନ୍ତିରେ...

ବଣ୍ଡା ଘାଟିରେ ବ୍ୟାପିଛୁ ଅଜଣାରୋଗ: ଦୀର୍ଘ ଦିନ ହେବ ଲୋକେ ଜ୍ୱର ଓ ଝାଡା ବାନ୍ତିରେ ପୀଡିତ 

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିର ଅଣ୍ଡ୍ରାହଲ ଓ ମୁଦୁଲିପଡା ପଂଚାୟତରେ ବ୍ୟାପିଛି ଅଜଣା ରୋଗ । ଦୀର୍ଘ ଦିନ ହେଲା ଅନେକ ଲୋକେ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଝାଡା ,ବାନ୍ତି ଓ ଜ୍ୱର ଆଦି ଲକ୍ଷଣର ଶିକାର ହୋଇଛନ୍ତି । ବଣ୍ଡା ଘାଟିର ତୁଳାଗୁରୁମ , ଗୋଇଗୁଡା , ଉତାଙ୍ଗଗୁଡା , ସୋନୁଗୁଡା ,ଡୁମୁରିପୋଡା , କିଚପଡା , ଖାଲଗୁଡା , ସନ୍ଧିଗୁଡା ଗାଁର ଶତାଧିକ ଲୋକେ ଝାଡାବାନ୍ତି ସହ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ଦୁର୍ଗମ ଅଞ୍ଚଳ ଖଇରପୁଟ ବଣ୍ଡାଘାଟିରେ ବସବାସ କରୁଛନ୍ତି ଆଦିମ ଅଧିବାସୀ ବଣ୍ଡା । ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଉପରେ ଥିବା ଏହି ଆଦିମ ଜନଜାତିଙ୍କ ବିକାଶପାଇଁ ସରକାର ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି ସତ । କିନ୍ତୁ ବର୍ଷା ଦିନ ଆସିଲେ ସର୍ବଦା ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡ଼ିତ ହୋଇଥାନ୍ତି । ନାଳର ପାଣି ସାଙ୍ଗକୁ ଜଙ୍ଗଲି ଖାଦ୍ୟ ଖାଇ ବିପଦରେ ପଡିଥାନ୍ତି, ଏହି ନିରୀହ ବଣ୍ଡା ଜନଜାତିର ଲୋକେ । ଏମାନଙ୍କ ପାଖରେ ସଚେତନ ଅଭାବ ହେଉ କିମ୍ବା ମୌଳିକ ସୁବିଧା ଉଚିତ୍ ଭାବେ ପହଁଚି ପାରୁନାହିଁ । ତେବେ ଏବେ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଜିକୁ କିଛି ଦିନ ହେଲା ବଣ୍ଡା ଘାଟିର ଲୋକଙ୍କୁ ଜ୍ୱର ଏବଂ ଝାଡା ବାନ୍ତି ହେବାରେ ଲାଗିଛି । ତେବେ ଏ ନେଇ କିନ୍ତୁ ପ୍ରଶାସନ ପାଖରେ କୌଣସି ଖବର ନଥିବା ଏବେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଏପଟେ ମୁଦୁଲିପଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୮ ରୁ ୧୦ କିଲୋମିଟର ଦୂରରେ ମଧ୍ୟ କିଛି ଗାଁର ଲୋକେ ଅସୁସ୍ଥ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ସୂଚନା ନାହିଁ । ଏପଟେ କିଛି ଗାଁକୁ ରାସ୍ତା ନାର୍ହି ଏବେ ବଣ୍ଡା ଘାଟିର ଅନେକ ସ୍ଥାନରେ ମୋବାଇଲ୍ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ ହୋଇପାରୁନାହିଁ । ଏମିତି ପରିସ୍ଥିତିରେ ଗାଁରୁ ରୋଗୀଙ୍କୁ ଡାକ୍ତରଖାନା ନେବା ସମ୍ଭବପର ହୋଇପାରୁନାହିଁ । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ଏକ ଟିମଙ୍କୁ ବଣ୍ଡା ଘାଟି ପଠାଇ ଆକ୍ରାନ୍ତଙ୍କ ଚିକିତ୍ସା କରିବା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଫୁଲ କୁମାର ନନ୍ଦ ପ୍ରକାଶ କରିଛନ୍ତି । ଏଥିସହ ଆବଶ୍ୟକ ହେଲେ ଅଧିକ ଡାକ୍ତରଦଳଙ୍କୁ ସେଠାକୁ ପଠାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking