26.1 C
Bhubaneswar
Wednesday, May 8, 2024
Homeଓଡିଶାବାଇକ୍ ଧକ୍କାରେ ଦୁଇ ଆରୋହୀ ମୃତ

ବାଇକ୍ ଧକ୍କାରେ ଦୁଇ ଆରୋହୀ ମୃତ

ବାଙ୍କୀ : ବାଙ୍କୀ କୁଶୁପଙ୍ଗିର ଚକାଆମ୍ବଠାରେ ଦୁଇଜଣ ବାଇକ୍ ଆରୋହୀ ଏକ ମିକ୍ସଚର୍ ମେସିନ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରୁ ପ୍ରକାଶ ଯେ ବଡମ୍ବା ଶଙ୍ଖାମେରୀ କନ୍ତପଡା ଶିଶୁବଗିଚା ସାହିର ପିତା ସୁରେଶ ମହାନ୍ତିଙ୍କ ପୁତ୍ର ଆଦିତ୍ୟ ମହାନ୍ତି(୨୫) ଓ ଅନ୍ୟଜଣେ ତାଙ୍କର ଭାଇଆଳି କାଳନ୍ଦୀ ମହାନ୍ତିଙ୍କ ପୁତ୍ର ଶିବପ୍ରସାଦ ମହାନ୍ତି(୩୦) ଏକ ବାଇକ୍ ନମ୍ବର ଓଡ଼ି-୦୨ସିଏ ୨୭୮୧ରେ ବାଙ୍କୀ ପଟୁ କଟକ ରାସ୍ତାରେ ଗଲାବେଳେ କୁଶୁପଙ୍ଗିର ଚକାଆମ୍ବ ଠାରେ ଏକ ମିକ୍ସଚର୍ ମେସିନ୍ ସହିତ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ ବାଙ୍କୀ ଥାନାରେ ମାମଲା ରୁଜୁ ହେବା ସହ ମିକ୍ସଚର୍ ମେସିନ୍ ଏବଂ ବାଇକ୍‌କୁ ଥାନା ଆଇ.ଆଇସି ଶିବଚରଣ ବେହେରା ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking