30.1 C
Bhubaneswar
Monday, May 20, 2024
Homeଅପରାଧଡକାୟତି ଯୋଜନାବେଳେ ପୁଲିସର ଚଢଉ; ୩ ଗିରଫ

ଡକାୟତି ଯୋଜନାବେଳେ ପୁଲିସର ଚଢଉ; ୩ ଗିରଫ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ରାସ୍ତାରେ କିଛି ଅପରାଧି ଗୁରୁବାର ରାତିରେ ଡକାୟତି ଯୋଜନା କରୁଥିବା ସୂଚନା ପାଇ ଖଲ୍ଲିକୋଟ ପୁଲିସ ଚଢଉ କରିଛି । ଘଟଣାସ୍ଥଳରୁ ୩ ଜଣ ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଖଣ୍ଡା, ଛୁରୀ, ବୋମା ଉଦ୍ଧାର କରିଛି । ଖଲ୍ଲିକୋଟ ଆଇଆଇସି ନରେଶ କୁମାର ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପୁଲିସ ପେଟ୍ରୋଲିଙ୍ଗ ଗାଡି ବୁଲୁଥିବା ବେଳେ ମାଣିକପୁର ରାସ୍ତାରେ କିଛି ଅପରାଧି ରାତିରେ ଯାଉଥିବା ଗାଡି ଗୁଡିକରୁ ଡକାୟତି ଯୋଜନା କରୁଥିବା ସୂଚନା ପାଇଥିଲେ ।

ଖବର ପାଇ ଏସ୍‌ଆଇ ପିଙ୍କିନି ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢଉ କରି ୩ ଜଣଙ୍କୁ ଧରିଥିବା ବେଳେ ଆଉ ୨ ଜଣ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ଗିରଫ ୩ ଅପରାଧି ହେଲେ ମାଣିକପୁର ଗ୍ରାମର ନାଗେଶ୍ୱର ଦୁହୁଡି ଓରଫ ନାଗା, ରାହୁଲ ମଲ୍ଲିକ ଏବଂ ଲୋଚାପଡା ଗ୍ରାମର ଧିରେନ ଦାସ ଓରଫ ଧରମୀ । ସେମାନଙ୍କ ଠାରୁ ପୁଲିସ ଗୋଟିଏ ଖଣ୍ଡା, ୩ଟି ବଡ଼ ଛୁରୀ, ୫ଟି ଛୋଟ ଛୁରୀ ଓ ୪ଟି ଜୀବନ୍ତ ବୋମା ଉଦ୍ଧାର କରିଛି । ସେମାନଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking